ଖୋଲିଲା କଳା କାରନାମାର ଗୁମର, ଖୁବଶୀଘ୍ର ପ୍ରଦୀପଙ୍କ ଘରେ ଭିଜିଲାନ୍ସ ଚଢାଉ!

ଭୁବନେଶ୍ୱର () ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଛାତିପିଟି ନିଜକୁ ସଚ୍ଚୋଟ ବୋଲି ଦାବି କରୁଥିଲେ । ହେଲେ ଏବେ ତାଙ୍କ କଳାକାରନାମାର ଗୁମର ଖୋଲିଛି । ମଦ ଓ ବାଲି ମାଫିଆଙ୍କ ଠାରୁ ନିୟମିତ ନେଉଥିଲେ ବଟି । ସୋସିଆଲ ମିଡିଆରେ ବୁଲୁଥିବା ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟର ଚାରି ମାସର ଷ୍ଟେଟମେଣ୍ଟରୁ ତାହା ଧରାପଡିଛି । ପାଠକ ପରିବାର ପରେ ଏବେ ପ୍ରଦୀପଙ୍କ ଘରେ ମଧ୍ୟ ଭିଜିଲାନ୍ସ ଓ ଇଡି ଚଢାଉ କରିବାର ସମ୍ଭାବନା ସୃଷ୍ଟି ହୋଇଛି ।

ବିଧାୟକଙ୍କ ଆକାଉଣ୍ଟ ନମ୍ବର ହେଲା, ୨୦୩୬୦୧୫୦୧୯୪୮ । ଏହି ଆକାଉଣ୍ଟଟି ବ୍ରହ୍ମପୁରରେ ରହିଛି । ଆକାଉଣ୍ଟରେ ଗତ ଅଗଷ୍ଟ ମାସରୁ ଅଦ୍ୟାବଧି ଦୁଇ ଚାରି ଜଣ ଲୋକ ଓ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ କରିଛନ୍ତି ଓ ଏହି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି । ଏହାର ଲେଖାଯୋଖା ପ୍ରମାଣ ସୋସିଆଲ ମିଡିଆରେ ଘୁରୁବୁଲୁଛି ।

ଏହି ଆକାଉଣ୍ଟରେ ହେମନ୍ତ କୁମାର ରଥ, ସରୋଜ ମିଶ୍ର, ପ୍ରସନ୍ନ କୁମାର ଲେଙ୍କା ଆଦି ବିଭିନ୍ନ ଲୋକ ଲକ୍ଷ ଲକ୍ଷ ଟଙ୍କା ଦାଖଲ କରିଛନ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ରବିନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି । ସେହିପରି ସୂର୍ଯ୍ୟ ଫିଲିଂ ଷ୍ଟେସନରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଆସିଛି ୪୦ ଲକ୍ଷ ଟଙ୍କା । ଗୁରୁମୂର୍ତ୍ତି ଫିଲିଂ ଷ୍ଟେସନରୁ ମଧ୍ୟ ଡିପୋଜିଟ ହୋଇଛି ଲକ୍ଷାଧିକ ଟଙ୍କା । ତେବେ ଏହି ରବୀନ୍ଦ୍ର ସାହୁ କିଏ? କାହାର ଏହି ସୂର୍ଯ୍ୟ ଫିଲିଂ ଷ୍ଟେସନ୍ ? ପୁଣି କିଏ ଏହି କମଭୁ ପାଣି ସାହୁ ? ଗୁରୁମୂର୍ତ୍ତି ଅଏଲ କମ୍ପାନୀ ଚଲାଇଛି କିଏ ? ପୁଣି ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିବା କାହିଁକି ?

ଭାବୀ ଶ୍ୱଶୂର ଭାବୀ ଜାମାତାଙ୍କ ପାଇଁ ଅର୍ଥ ଯୋଗାଡ଼ କରୁଥିଲେ କି ? ଆଉ ସେହି ଅର୍ଥରେ ଭାବୀ ଜାମାତା ଦୁଇ ପରିବାରଙ୍କୁ ଧରି ଅୟସ କରୁଥିଲେ । ସୋସିଆଲ୍ ମିଡିଆରେ ଏହି ଆକାଉଣ୍ଟ ଡିଟେଲସ ଘୁରିବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ମୁଖା ଖୋଲିବା ସାଙ୍ଗକୁ ତାଙ୍କ ପାଇଁ ସାଧାରଣରେ ଶହ ଶହ ପ୍ରଶ୍ନ ତିଆରି ହେବାରେ ଲାଗିଛି । ଆକାଉଣ୍ଟ ଡିଟେଲ୍ସରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଏଥିରେ ମାତ୍ର ଦିନକରେ ପ୍ରଦୀପଙ୍କ ଆକାଉଣ୍ଟରେ କେମିତି ଭର୍ତ୍ତି ହୋଇଛି ଲକ୍ଷ ଲକ୍ଷ ଟଙ୍କା, ପୁଣି କେମତି ଉଠାଯାଇଛି ଲକ୍ଷାଧିକ ଟଙ୍କା । ପ୍ରଦୀପଙ୍କ ଏହି ଗୋଟିଏ ଆକାଉଣ୍ଟ ଓ ଏଥିରେ ହୋଇଥିବା କାରବାର ପ୍ରଦୀପ ପାଣିଗ୍ରାହୀଙ୍କ ସ୍ବଚ୍ଛତାର ନଗ୍ନ ନମୂନା । ମଦ ଓ ବାଲି ମାଫିଆଙ୍କ ଠାରୁ ବଟି ଆଦାୟ ସାଙ୍ଗକୁ ଚାକିରୀ ଦେବା ନାଁରେ ଚାନ୍ଦା କଲେକସନ କରୁଥିବାର ଅଭିଯୋଗ ହେଉଛି ।

Share

Leave a Reply

Your email address will not be published. Required fields are marked *

eleven − 2 =