କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର()  କଟକ ଜଗତପୁରର ସଦଗୁରୁ କୋଭିଡ଼ ହସ୍ପିଟାଲରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ହସ୍ପିଟାଲର ଆଇସିୟୁରେ ନିଆଁ ଲାଗିଥିଲା । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ମିଳିତ ଭାବେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସେଠାରେ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ଥିବ ତେବେ ହସ୍ପିଟାଲ ଖୋଲିବ ।

ଉଲ୍ଲେଖଯୋଗ୍ୟ ଯେ କୋଭିଡ଼ ହସ୍ପିଟାଲରେ ନିଆଁ ଲାଗିବା ପରେ ନିଆଁକୁ ଆୟତ କରିବା ପାଇଁ ଦୁଇଟି ଦମକଳ ବାହିନୀ ଆସିଥିଲା । କିନ୍ତୁ କିପରି ଓ କାହିଁକି ନିଆଁ ଲାଗିଛି ସେନେଇ କୌଣସି ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଅନ୍ୟପଟେ ସର୍ଟସର୍କିିଟିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

15 − six =