ଲକ୍ଷଣ ଥିଲେ ଶୀଘ୍ର ଜଣାନ୍ତୁ ଓ ପରୀକ୍ଷା କରନ୍ତୁ

ଭୁବନେଶ୍ୱର() ରାଜ୍ୟରେ  ଆଜି ସର୍ବାଧିକ ୧୨୬୪ ଜଣ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ପ୍ରାଣ ନେଇଛି କରୋନା । ବଢୁଥିବା ସଂଖ୍ୟାକୁ ନେଇ ଜବାବ୍ ରଖିଛନ୍ତି ରାଜ୍ୟ ସରକାର । ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ‘ବିଶ୍ୱ ସହ ଆମ ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟ ସ୍ଥିତି ଭଲ ଅଛି । ରାଜ୍ୟରେ ସର୍ଭେ ଯୋଗୁଁ ପଜିଟିଭ ଚିହ୍ନଟ ଅଧିକ ହୋଇଛି । ଘରକୁଘର ଯାଇ ସ୍ୱାସ୍ଥ୍ୟକର୍ମୀମାନେ ସର୍ଭେ କରୁଥିବାରୁ ସଂକ୍ରମିତ ଜଣାପଡୁଛି । ସେଥିପାଇଁ ଆକ୍ରାନ୍ତଙ୍କ ଚିନ୍ତା ବଢିବା ନେଇ ଚିନ୍ତା କରିବାର ନାହିଁ ।’

ଏହା ସହ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ‘ଆସନ୍ତା ଦିନମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା କମିଯିବ । ଓଡିଶାରେ କରୋନା ସୁସ୍ଥ ହାର ୬୫% ରହିଥିବା ବେଳେ ମୃତ୍ୟୁ ହାର ୦.୫୪% ରହିଛି । ମାନସିକ ବିକୃତ ରୋଗୀଙ୍କୁ ଚିହ୍ନଟ କରାଯାଇ ଔଷଧ ଦିଆଯିବ । କରୋନା ଲକ୍ଷଣ ଥିଲେ ଶୀଘ୍ର ଜଣାନ୍ତୁ ଓ ପରୀକ୍ଷା କରନ୍ତୁ । ଆଜି ୩୦୦୦ ହଜାରୁ ଅଧିକ ଆଣ୍ଡି ଜେନ୍ ଟେଷ୍ଟ ହୋଇଛି । ରାଜ୍ୟରେ ଆଉ ୬ଟି ଜାଗାରେ ଆରମ୍ଭ ହେବ କରୋନା ପରୀକ୍ଷା ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + sixteen =