ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

କୋରାପୁଟ: ଛାଡ଼ିଲେ ମାଓ ଶିବିର । ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି କଲେ ଆତ୍ମସମର୍ପଣ । ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ୨ ହାର୍ଡକୋର ମହିଳା ମାଓବାଦୀ । ରାଜ୍ୟରେ ଏବଂ ବାହାରେ ଘଟିଥିବା ବହୁ ମାଓ ଅଘଟଣରେ ଉଭୟ ସମ୍ପୃକ୍ତ ଥିଲେ । ତେବେ ଡିଜିପି ଅଭୟଙ୍କ କୋରାପୁଟ ଗସ୍ତ ସମୟରେ ଏହି ଦୁଇ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜଣେ ଏସିଏମ କ୍ୟାଡେର ହୋଇଥିବାବେଳେ ଅନ୍ୟ ଜଣକ ମିଲିଟାରି ଗ୍ରୁପର ସଦସ୍ୟ ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟ ଅଟନ୍ତି।

ସୂଚନା ମୁତାବିକ, ଦେବା ପଡିଆମି ଓରଫ ‘ଗାଙ୍ଗି’ ଓ ଗୀତା ପଡିଆମି ଓରଫ ‘ରଞ୍ଜିତା’ଆତ୍ମସମର୍ପଣ କରିଛନ୍ତି। ଗାଙ୍ଗି ୨୦୦୫ରେ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା କାଲିମେଳା ଦଳମରେ ଯୋଗଦେଇଥିଲା । ସେ ପ୍ରମୁଖ ୭ ଟି ହିଂସା କାଣ୍ଡରେ ସମ୍ପୃକ୍ତି ରହିଥିବା ପୋଲିସ କହିଛି। ୨୦୦୭ ରେ ବନ୍ଧୁକ ଚାଳନା ତାଲିମ ନେବା ପରେ ୨୦୦୮ ରୁ ମାଛକୁଣ୍ଡ ଓ ଗୁମା ଏରିଆ କମିଟିରେ କାମ କରିଥିଲା ।୨୦୨୦ ରେ ଏସିଏମ୍କୁ ପ୍ରମୋସନ ପାଇ ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଗୁମା ଏରିଆ କମିଟିରେ କାମ କରୁଥୁଲା ।ସେ ପୋଲିସ ଫୋର୍ସ ସହ ଗୁଳିମୟ ଘଟଣାରେ ଜଡିତ ଥିଲା ବୋଲି ଡିଜିପି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + 10 =