୨୦ ଲକ୍ଷ ଚାଷୀଙ୍କୁ ମାରିବାକୁ ବିଜେପିର ଷଡ଼ଯନ୍ତ୍ର

ଚାଷୀ ମାନଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାକୁ ବିଜେପିର ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ , ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହୋଇଛି । ବିଜେପି ନେତାମାନେ ଯେଉଁଭଳି ଚିକ୍ରାର କରି ଖୋଲା କଣ୍ଠରେ କହିଛନ୍ତି ଯେ, ‘କାଳିଆ’ ଟଙ୍କାକୁ ବନ୍ଦ କରିବା ପାଇଁ ସେମାନେ ସିଇଓଙ୍କୁ ଭେଟି ଚାପ ପ୍ରୟୋଗ କଲାପରେ ଏହା ବନ୍ଦ କରାଯାଇଛି । ଏହା ସ୍ପଷ୍ଟ କରିଛି ଯେ, ବିଜେପି ଚାପରେ ଚାଷୀଙ୍କ ଖାତାକୁ ‘କାଳିଆ’ ଟଙ୍କା ପହଁଚିବାରେ ବାଧା ସୃଷ୍ଟି ହୋଇଛି ।

ଏପରିକି ବିଜେପିର ଯେଉଁ ଷଡ଼ଯନ୍ତ୍ର ଥିଲା ଲକ୍ଷ ଲକ୍ଷ ଚାଷୀଙ୍କ ଖାତାକୁ ‘କାଳିଆ’ ଟଙ୍କା ନପହଁଚିବା ପାଇଁ ତାହା ଏବେ ଧରାପଡ଼ିଛି । ରାଜ୍ୟ ସରକାର ତାଙ୍କ କାର୍ୟ୍ୟ କରୁଛନ୍ତି । କିନ୍ତୁ ଏବେ ୨୦ଲକ୍ଷ ‘କାଳିଆ’ ହିତାଧୀକାରୀ ଚାଷୀ ଭାଇମାନେ ବୁଝିପାରିବେ ଯେ କିଏ ତାଙ୍କ ହକ୍ ମାରିଛି । ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ରାଜ୍ୟକୁ ଅବହେଳା କରାଯାଉଥିଲା ଏବେ ଚାଷୀଙ୍କ ପେଟକୁ ମାରିବାକୁ ଷଡ଼ଯନ୍ତ୍ର ରାଜ୍ୟବାସୀ ବୁଝି ସାରିଲେଣି ।

Share

Leave a Reply

Your email address will not be published. Required fields are marked *

eight + 2 =