ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷା ଫଳ

ଭୁବନେଶ୍ୱର() କରୋନା ଯୋଗୁଁ ଜେଇଇ ମେନ ପରୀକ୍ଷାକୁ ନେଇ ବହୁ ବାଦ ବିବାଦ ଦେଖାଯାଇଥିଲା  । ପରୀକ୍ଷାକୁ ବାତିଲ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଥିଲା  । ପରେ କରୋନା କଟକଣା ମଧ୍ୟରେ ପରୀକ୍ଷା କରିବାକୁ ସୁପ୍ରିମ କୋର୍ଟ ନିଦେ୍ର୍ଧଶ ଦେଇଥିଲେ  । ଏହି ନିଦେ୍ର୍ଧଶ ପରେ ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପି ଜେଇଇ ମେନ ପରୀକ୍ଷା କରାଯାଇଥିଲା  । ତେବେ ପରୀକ୍ଷାର ୫ ଦିନରେ ଜେଇଇ ମେନ ପେପର-୧ ଫଳ ପ୍ରକାଶ ପାଇଛି  । ଏଥିରେ ସୌରଭ ସୌମ୍ୟକାନ୍ତ ନନ୍ଦ ଓଡ଼ିଶା ଟପର ହୋଇଛନ୍ତି । ସେ ୯୯.୯୯ ପ୍ରତିଶତ ରଖିଛନ୍ତି  ।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ (ଏନଟିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଦେଶର ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ରଖିଛନ୍ତି  । ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାର ସର୍ବାଧିକ ୮ ଜଣ ଥିବା ବେଳେ ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ ଜଣ, ଆନ୍ଧ୍ରପ୍ରଦେଶର ୩ ଜଣ, ହରିୟାଣାର ୨ ଜଣ ଓ ଗୁଜୁରଟର ଏବଂ ମହାରାଷ୍ଟ୍ରର ଜଣେ ଲେଖାଏଁ ପ୍ରାର୍ଥୀ ରହିଛନ୍ତି  । ଅନ୍ୟ ପକ୍ଷରେ ଛାତ୍ର ସୌରଭ ସୌମ୍ୟକାନ୍ତ ନନ୍ଦ ଓଡ଼ିଶା ଟପର ହୋଇଛନ୍ତି  । ସେ ୯୯.୯୯ ପର୍ସେଣ୍ଟାଲ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × four =