Friday, October 30, 2026
Latestରାଜ୍ୟ

ଆଜି ବି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡସ୍ନାନ: ଭଣ୍ଡାର ଘର ନିକଟରେ କେହି ବାନ୍ତି କରିଦେଇଥିବାରୁ ନୀତି ବିଳମ୍ବ

ଆଜି ମଧ୍ୟ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡସ୍ନାନ। ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହୋଇ ବେଶ ମଇଲମ ଚାଲିଥିବାବେଳେ ଭଣ୍ଡାର ଘର ନିକଟରେ କେହି ଜଣେ ବାନ୍ତି କରିଦେଇଥିଲା। ଫଳରେ ମହାପ୍ରଭୁଙ୍କ ନୀତି ବନ୍ଦ କରାଯାଇଥିଲା।

ମହାସ୍ନାନ ପାଇଁ ୧ ଘଣ୍ଟା ବନ୍ଦ ରହିଥିଲା ଶ୍ରୀଜିଉଙ୍କ ଦର୍ଶନ। ଫଳରେ ଆଜି ମଧ୍ୟ ଭକ୍ତମାନେ ଖରାରେ ଛିଡା ହୋଇ ରହିଥିଲେ। ଗତକାଲି ଶ୍ରୀମନ୍ଦିର ଗର୍ଭଗୃହ ଚଙ୍ଗଡା ଦ୍ୱାର ନିକଟରେ ରକ୍ତଛିଟା ପଡିବା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା । ଏଥିପାଇଁ ପ୍ରାୟ ଦେଢଘଣ୍ଟା ଧରି ବନ୍ଦ ରହିଥିଲା ଦର୍ଶନ ।

Share

Leave a Reply

Your email address will not be published. Required fields are marked *

two × three =