ବୈଜୟନ୍ତଙ୍କୁ ଉତ୍ଫୁଲିତ କରୁଛି କାଟଜୁଙ୍କ ଉପହାସ

ଭୁବନେଶ୍ବର () ସବୁବେଳେ ସମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତେଜନାକାରୀ ମନ୍ତବ୍ୟ ଦେଇ ବିବାଦରେ ରହିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମାର୍କଣ୍ଡେୟ କାଟଜୁ ପୁଣି ଥରେ ଓଡିଆ ଲୋକଙ୍କୁ ଉପହାସ କରିବା ସହ ତାଙ୍କୁ ମଧ୍ୟ ଜେଲରେ ପୁରାଇ ଦେବାକୁ ଚ୍ୟାଲେଂଜ କରିଛନ୍ତି । ସବୁଠାରୁ ଦୁଃଖର କଥା ହେଉଛି କାଟଜୁ ଟ୍ବିଟରେ କରିଥିବା ଏଭଳି ତାତ୍ସଲ୍ୟକୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ତାଙ୍କର ଅଣଓଡିଆ ପତ୍ନୀ ଜାଗୀ ମଙ୍ଗତ ପଣ୍ଡା ଏହାକୁ ଲାଇକ୍ କରିଛନ୍ତି । ବୋଧହୁଏ ଓଡିଆଙ୍କ ପ୍ରତି ତାତ୍ସଲ୍ୟ ଜୟ ପଣ୍ଡା ଓ ତାଙ୍କ ପତ୍ନୀଙ୍କୁ ଖୁସି କରିଛି ବୋଲି ବିଜେଡି ଅଭିଯୋଗ କରିଛି ।

କାଟଜୁ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେ, ଓଡିଆମାନେ, ମୁଁ ତୁମକୁ ବହୁଥର ଉପହାସ କରିଛି । ଅବଶ୍ୟ ଅଭିଜିତଙ୍କ ଭଳି ମୁଁ ମଧ୍ୟ କ୍ଷମାପ୍ରାର୍ଥନା କରୁଛି । ତେଣୁ ମୁଁ ରିଲିଜ ହେବା ପୂର୍ବରୁ 44 ଦିନ ଜେଲରେ ରହିବା ଆବଶ୍ୟକ । ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓଡିଶାର କଳା ସଂସ୍କତି ଏବଂ ବିଧାୟକଙ୍କ ସଂପର୍କରେ ଅଶାଳୀନ ମନ୍ତବ୍ୟ ଦେଇ 44 ଦିନ ଜେଲ ଦଣ୍ଡାଦେଶ ଭୋଗିବା ପରିପ୍ରେକ୍ଷୀରେ କାଟଜୁ ଏହି ଟ୍ବିଟ କରିଛନ୍ତି ।

କାଟଜୁ ପୂର୍ବରୁ ମଧ୍ୟ ଅନେକ ଧର ଏଭଳି ବିବାଦୀୟ ମତ ମନ୍ତବ୍ୟ ଦେଇଛନ୍ତି । 2016ରେ ସେ ଓଡିଆଙ୍କ ପ୍ରତି ତାତ୍ସଲ୍ୟ କରି କହିଥିଲେ ଯେ, ତାଙ୍କୁ ଥରେ ଓଡିଆଙ୍କ ବାବଦରେ ଲେଖିବାକୁ କୁହାଗଲା । କିନ୍ତୁ ଏହି ବିଚରା ଲୋକଙ୍କ ବାବଦରେ କଣ ଲେଖିବାକୁ ଅଛି । କଳିଙ୍ଗ ଯୁଦ୍ଧରେ ଅଶୋକଙ୍କ ଠାରୁ ହାରିଯିବା ପରେ ସେମାନେ ସବୁଠାରୁ ବିଷର୍ଣ୍ଣ ଲୋକ । ତାଙ୍କ ପାଖରେ ଏବେ ଅନେକ ପଟ (ପାତ୍ର), ବିଗ ପଟ (ମହାପାତ୍ର) ଏବଂ ବୁଦ୍ଧିମାନ ରାଜା (ପଟ୍ଟନାୟକ) ଅଛନ୍ତି । ଅବଶ୍ୟ ସେମାନଙ୍କ ପାଖରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ଯାହାଙ୍କୁ ସେମାନେ ପ୍ରତିଦିନ ପୂଜା କରୁଛନ୍ତି ବିହାରିଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ।

ତାଙ୍କର ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ସେ କ୍ଷମାପ୍ରାର୍ଥନ କରି ନିଜ ଟ୍ବିଟକୁ ପ୍ରତ୍ୟାହର କରିଥିଲେ ।

ବୈଜୟନ୍ତ ପଣ୍ଡା କାଟଜୁଙ୍କ ଏଭଳି ମନ୍ତବ୍ୟକୁ ପସନ୍ଦ କରିବା ଜଣେ ଓଡିଆ ଭାବେ ସବୁଠାରୁ ନିନ୍ଦନୀୟ ଘଟଣା ହୋଇଛି । ବିଜେଡିରୁ ବାହାରିବା ପରେ ସେ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ନିଜକୁ ଜଣେ ଓଡିଶା ଓ ଓଡିଆ-ପ୍ରେମୀ ବୋଲି ଦାବି କରୁଥିବା ବୈଜୟନ୍ତ, ଯେତେବେଳେ ଓଡିଶାର ଗର୍ବ ଓ ସମ୍ମାନର କଥା ଆସୁଛି ସେତେବେଳେ ହୀନ ରାଜନୀତିରୁ ଦୁରେଇ ରହିବା ଆବଶ୍ୟକ ବୋଲି କହିଛି ବିଜେଡି ।

ଯେତେବେଳେ ଅଭିଜିତ ଆୟାର ଓଡିଶାକୁ ଉପହାସ କଲେ ସେତେବେଳେ ମଧ୍ୟ ବୈଜୟନ୍ତ ତାଙ୍କର ଏହି ଦିଲ୍ଲୀ ବନ୍ଧୁଙ୍କ ସମର୍ଥନରେ ବାହାରିଥିଲେ । ଏପରିକି ସେ ଅଭିଜିତଙ୍କ ଗିରଫଦାରୀକୁ ନେଇ ମଧ୍ୟ ସମାଲୋଚନା କରିଥିଲେ । ଏବେ ଓଡିଆଙ୍କ ପ୍ରତି କାଟଜୁ କରିଥିବା ତାତ୍ସଲ୍ୟକୁ ମଧ୍ୟ ବୈଜୟନ୍ତ ପସନ୍ଦ କରିବା କଣ ଓଡିଶା ଓ ଓଡିଆ-ପ୍ରେମୀର ଲକ୍ଷଣ?

Share

Leave a Reply

Your email address will not be published. Required fields are marked *

one × 4 =