ଆସୁଛି ହୋଲି,ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ

ଆଉ ୩ଦିନ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ ।ବଜାରରେ ବି ରଙ୍ଗ ପସରା ମେଲିଛି ।

ଭଲ ବିକ୍ରି ହେଉଛି ରଙ୍ଗ । ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ଼ । ରାଜଧାନୀର ବିଭିନ୍ନ ଛକରେ ରଙ୍ଗ ଦୋକାନ ଖୋଲିଛି । ଦୋକାନରେ ହର୍ବାଲ ରଙ୍ଗର ଚାହିଦା ଅଧିକ ରହିଛି ।

Share

Leave a Reply

Your email address will not be published. Required fields are marked *

17 − 1 =