Friday, October 30, 2026
Latestମନୋରଞ୍ଜନ

ପୁଣି ଭେଣ୍ଟିଲେଟରରେ ଲତା ମଙ୍ଗେସକର

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ି ଯାଇଛି। ତାଙ୍କୁ ପୁଣିଥରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି ଓ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି ବୋଲି ଏହି କିମ୍ବଦନ୍ତୀ କଣ୍ଠଶିଳ୍ପୀଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ପ୍ରତିତ୍ ସାମଦାନୀ ସୂଚନା ଦେଇଛନ୍ତି।
ଭାରତ ରତ୍ନ ଲତା ଜାନୁଆରୀ ଆରମ୍ଭରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ବ୍ରିଚକାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ନିମୋନିଆରେ ବି ଆକ୍ରାନ୍ତ ହୋଇଥିଲେ। ଲତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଜ୍ଝ ଜାନୁଆରୀ ୨୮ରେ ଏହି ୯୨ ବର୍ଷୀୟ ଗାୟିକା ଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ହେବା ପରେ ତାଙ୍କୁ ଭେଣ୍ଟିଲେଟରୁ ବାହାର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

18 + 5 =