ତାତିରେ ଜଳୁଛି ସାରା ରାଜ୍ୟ

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ | ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । | ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବହାରରେ ସନ୍ତୁଳି ହେଉଛି ସାରା ଓଡିଶା । ରାତି ପାହିବା ପରେ ସମୟ ବଢ଼ିବା ସହ ଦିନର ତାପମାତ୍ରା ବଢ଼ି ବଢ଼ି ଚାଲିଛି । ସକାଳୁ ବାହାରକୁ ବାହାରିବା ଯେପରି ମୁସ୍କିଲ ହୋଇପଡ଼ିଛୁ | ସକାଳ ୮ଟା ରୁ ଆରମ୍ଭ ହୋଇଯାଉଛି ଗୁଳିମୁଳି | ଘରୁ ବାହାରକୁ ବାହାରିଲେ ଦେହ ମୁହଁ ପୋଡି ଯାଉଛି । ଟାଇଁ ଟାଇଁ ଖରାରେ ଶହେ ମିଟର ଯିବା ବି କଷ୍ଟକର ହୋଇପଡୁଛି । ଘରେ ବି ରହିବା ମୁସ୍କିଲ ହେଉଛି । ଗୁଳିଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ଲାଗୁଛି । ତାତି ବଢ଼ିବା ଯୋଗୁଁ କେବଳ ମଣିଷ ନୁହେଁ ଜୀବଜନ୍ତୁ ବିି ତ୍ରାହି ଡାକିଲେଣି । ଜଳୁଛି ପଶ୍ଚିମରୁ ଉପକୂଳ । ସବୁଠି ଅସମ୍ଭାଳ ତାତି । ଆଗକୁ ଆହୁରି ବଢିବ ତାପମାତ୍ରା। ୪୪ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ରହିଛି ବଲାଙ୍ଗିର । ୨୭ଟି ସହରରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ । ୧୬ ସ୍ଥାନରେ ୪୨ ଓ ୮ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି ।

ଆସନ୍ତା ୪ରୁ ୫ ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିପାରେ । ଏନେଇ ସତର୍କ କରାଇଛି ପାଣିପାଗ ବିଭାଗ । ୨୯ ତାରିଖ ଯାଏ କିଛି ଜିଲ୍ଲାକୁ ଜାରି ହୋଇଛି ହିଟୱେଭ୍‌ ଓ୍ଵାର୍ଣ୍ଣିଂ । ଆଜି ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୋଳକୁ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି ହୋଇଛି । ୨୭ରେ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ଅନୁଗୋଳ ଓ ବୌଦ୍ଧକୁ ଜାରି ହୋଇଛି ହିଟୱେଭ୍‌ ୟେଲୋ ଓ୍ଵାର୍ଣ୍ଣିଂ।

 
Share

Leave a Reply

Your email address will not be published. Required fields are marked *

four × 2 =