Friday, October 30, 2026
Latestଜାତୀୟ

ବଦଳିଲା ନିଷ୍ପତ୍ତି ୨୦୨୨ ନୁହେଁ ଚଳିତ ବର୍ଷ ଏନଡିଏ ପରୀକ୍ଷାରେ ମହିଳାଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: ୨୦୨୨ରୁ ନୁହେଁ ଚଳିତ ବର୍ଷଠାରୁ ମହିଳାମାନଙ୍କୁ ଏନଡିଏ ପ୍ରବେଶିକା ପରୀକ୍ଷା ଦେବା ପାଇଁ ଅନୁମତି ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ନ୍ୟାସନାଲ ଡିଫେନ୍ସ ଏକାଡେମୀେରେ ମହିଳାମାନଙ୍କୁ ୨୦୨୨ ରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷାରେ ବସିବାକୁ ଅନୁମତି ଦିଆଯିବ।

ସୁପ୍ରିମକୋର୍ଟ କେନ୍ଦ୍ରର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଚଳିତ ବର୍ଷ ନଭେମ୍ବର ୧୪ ରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେବାକୁ ମହିଳାମାନଙ୍କୁ ଅନୁମତି ଦିଆଯାଉ। ଶୁଣାଣି ସମୟରେ କୋର୍ଟ ଏହାକୁ ଜରୁରୀକାଳୀନ ପରିସ୍ଥିତି ସହ ତୁଳନା କରି କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଶସ୍ତ୍ର ବାହିନୀ ସବୁଠାରୁ ଉପଯୁକ୍ତ।

Share

Leave a Reply

Your email address will not be published. Required fields are marked *

5 − five =