କୃଷି ଋଣ ଛାଡ ନେଇ ଚାଲିଛି ତର୍ଜମା

ଋଣ ଛାଡ ହେଲେ 26ହଜାର କୋଟିର ପଡିବ ବୋଝ

ଭୁବନେଶ୍ବର () ଖୁବଶୀଘ୍ର ରାଜ୍ୟର ଚାଷିଙ୍କୁ ମିଳିବ ଖୁସି ଖବର। ରାଜ୍ୟ ସରକାର ଘୋଷଣା କରିପାରନ୍ତି ବଡ ପ୍ୟାକେଜ। ଏନେଇ ଚାଲିଛି ଅଙ୍କକଷା। କୃଷି ଋଣ ଛାଡ ପାଇଁ ନବୀନ ପୁଣି ସଙ୍କେତ ଦେବା, ପୁରା ସରକାରୀ କଳ ସେହି ଦିଗରେ କାମ କରିବା ଏହାର ସଙ୍କେତ ଦେଉଛି।

ଏନେଇ ଅନୁଧ୍ୟାନ ଚାଲିଛି ବୋଲି ଆଜି ମୁଖ୍ୟମନ୍ତ୍ରୀ କହିବା ପରେ କୃଷକଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା କରିବାକୁ ସରକାର ଚାପରେ ଅଛିନ୍ତି ବୋଲି ଜଣାପଡିଯାଇଛି। ବର୍ଷେ ତଳେ ପଞ୍ଚାୟତ ନିର୍ବାଚନ ପରେ କୃଷି ଋଣ ଛାଡ ପାଇଁ ଚିନ୍ତା କରାଯାଉଛି ବୋଲି କହିଥିଲେ ନବୀନ । ଏବେ ଯେହେତୁ ସାରା ଦେଶରେ କୃଷି ଋଣ ଛାଡ ପାଇଁ ରାଜନୈତି ଦଳ ମାନେ ପ୍ରତିଯୋଗିତାରେ ମାତିଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ନବୀନ ରିସ୍କ ନ ନେଇ ଚାଷ ଓ ଚାଷିଙ୍କୁ ଖୁସି କରିବେ।

ତେବେ କୃଷି ଋଣ ଯଦି ସରକାର ଛାଡ଼ କରିବେ ରାଜ୍ୟ ରାଜକୋଷକୁ ଏହା କେତେ ପ୍ରଭାବିତ କରିବ ତାହା ସବୁଠୁ ବଡ ପ୍ରଶ୍ନ। ସରକାରୀ ଆକଳନ ଅନୁସାରେ ଯଦି କୃଷି ଋଣ ଛାଡ ହୁଏ ସରକାରଙ୍କ ଉପରେ ୨୬ହଜାର କୋଟି ଟଙ୍କାର ଅର୍ଥିକ ବୋଝ ପଡିବ। ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କଣ କୃଷି ଋଣ ବାବଦକୁ ଏତେ ବଡ ଆର୍ଥିକ ବୋଝ ମୁଣ୍ତାଇ ପାରିବେ। କୁହାଯାଉଛି ସବୁ ଋଣ ଛାଡ ନହେଲେ ମଧ୍ୟ ଚାଷୀଙ୍କ ଉପରୁ  ଏକ ନିଦ୍ଧିଷ୍ଟ ପରିମାଣର ଆର୍ଥିକ ବୋଝ ହାଲୁକା ପାଇଁ  ନିଷ୍ପତି ନିଆଯାଇପାରେ। ଏମିତିକି ଚାଷୀ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା ହୋଇପାରେ।

ସେହିଭଳି ଛତିଶଗଡ ସରକାର ଧାନ କ୍ରୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି) କୁଇଣ୍ଟାଲ ପିଛା ୨୫୦୦ ଟଙ୍କାକୁ ବୃଦ୍ଧି କରିବା ପରେ ରାଜ୍ୟ ଯଦି ଛତିଶଗଡ ଦରରେ ଧାନ କିଣିବେ ତା’ହେଲେ ୪୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ । ଆଉ ଯଦି ରାଜ୍ୟ ସରକାର ନିଜ ଦାବି ମୁତାବକ ଅର୍ଥାତ୍‍ ୨୯୫୦ ଟଙ୍କାରେ ଧାନ କିଣିବେ ତେବେ ୬୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ହେବ ।

Share

Leave a Reply

Your email address will not be published. Required fields are marked *

1 × three =