୧୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ

ଓଡ଼ିଶାର ଉଦୀୟମାନ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଭା ପ୍ରତ୍ୟାଶା ରାୟଙ୍କ ସଫଳ ଧାରା ଜାରି ରହିଛି। ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍ରେ ଚାଲିଥିବା ଜାତୀୟ ବିଦ୍ୟାଳୟ ସନ୍ତରଣ ପ୍ରତିଯୋଗିତାରେ ପ୍ରତ୍ୟାଶା ଲଗାତାର ଦ୍ବିତୀୟ ଦିବସରେ ପଦକ ଜିତିଛନ୍ତି। ସୋମବାର ୨୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ରୌପ୍ୟ ପଦକ ଜିତିଥିବା ଏହି ଭୁବନେଶ୍ବର ଛାତ୍ରୀ ମଙ୍ଗଳବାର ୧୦୦ ମିଟର୍ ବ୍ୟାକ୍ଷ୍ଟ୍ରୋକ୍ରେ ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି। ଜାତୀୟ ବିଦ୍ୟାଳୟ, ଜାତୀୟ କନିଷ୍ଠ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟାଶା ଡଜନରୁ ଊର୍ଧ୍ବ ପଦକ ଜିତି ସାରିଛନ୍ତି। ବୁଧବାର ଶେଷ ଦିନରେ ପ୍ରତ୍ୟାଶାଙ୍କ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ ପ୍ରତିଯୋଗିତା ଥିଲାବେଳେ ସେଥିରେ ମଧ୍ୟ ପଦକର ଉଜ୍ଜଳ ସମ୍ଭାବନା ରହିଛି। ଦଳ ସହ ଈଶ୍ବର ପ୍ରସାଦ ବାରିକ ପ୍ରଶିକ୍ଷକ, ସରସ୍ବତୀ ସେଠୀ ୧୪ ବର୍ଷରୁ କମ୍ ପ୍ରଶିକ୍ଷକ, ରମେଶ ବେରିହା ପ୍ରବନ୍ଧକଭାବେ ଯାତ୍ରା କରିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 3 =