ଏ ସପ୍ତାହରେ ବଢିଛି ପଜିଟିଭ କେସ

ଭୁବନେଶ୍ୱର() ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ମାଡି ଚାଲିଥିବା ବେଳେ ଏଥିରେ ବେଶି ପ୍ରଭାବିତ ହେଉଛି ଗଞ୍ଜାମ ଜିଲ୍ଲା । କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି ଯେ, ‘ଗତ ସପ୍ତାହ ଅପେକ୍ଷା ଗଞ୍ଜାମରେ ପଜିଟିଭ୍ କେସ ବଢିଛି । ୨ ଶହ ଡାକ୍ତର ଟିମ ଘର ଘର ବୁଲି ସ୍ଥିତି ଦେଖୁଛନ୍ତି । ଅଧିକ ସ୍କ୍ରିନିଂ ହେଉଥିବାରୁ ପଜିଟିଭ୍ କେସ ସାମ୍ନାକୁ ଆସୁଛି । ଆକ୍ରାନ୍ତଙ୍କୁ ଖୋଜି ଚିକିତ୍ସା କରାଯାଉଛି ।’

ଏହା ସହ ଗାଁରେ କରୋନା ସ୍ଥିତିକୁ ନେଇ ଜିଲ୍ଲାପାଳ କହିଛନ୍ତି ଯେ, ‘ଗ୍ରାମାଞ୍ଚଳରେ ବି ଘର ଘର ବୁଲି ସର୍ଭେ କରାଯାଉଛି । ୨୪,୭୪୭ ଡାଏବେଟିସ ଓ ବିପି ରୋଗୀ ଚିହ୍ନଟ ହୋଇଛନ୍ତି ।ଏମାନଙ୍କୁ ଡେଲି ମେଡିସିନ ସୁବିଧା ଦିଆଯାଉଛି । ଆଗାମୀ ସପ୍ତାହରେ ପଜିଟିଭ କେସ କମ ହୋଇପାରେ ।’

Share

Leave a Reply

Your email address will not be published. Required fields are marked *

seven + 13 =