ପ୍ରଦୀପଙ୍କ ବୟାନ କଂଗ୍ରେସର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ: ତାରା

ଭୁବନେଶ୍ୱର () ପ୍ରଦୀପ ମାଝୀଙ୍କ ବୟାନକୁ ନିନ୍ଦା କରିଛନ୍ତି ତାରା ।ସେ ପ୍ରତିକ୍ରିୟା ରଖିଛନ୍ତି ଯେ, କଂଗ୍ରେସ ଦଳ କେବେ ହିଂସାର ଆଶ୍ରୟ ନିଏ ନାହିଁ । କଂଗ୍ରେସ ଗାନ୍ଧିଜୀଙ୍କ ଅହିଂସା ଆଦର୍ଶରେ ଅନୁପ୍ରାଣିତ । ପ୍ରଦୀପଙ୍କ ବୟାନ କଂଗ୍ରେସର ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ । ଏଭଳି ବୟାନ କଂଗ୍ରେସ ଦଳ ପାଇଁ କ୍ଷୋଭର କଥା ।

ସୂଚନା ଅନୁସାରେ, ଗତକାଲି ଡିସେମ୍ବର ୧୪ ତାରିଖରେ ନବରଙ୍ଗପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ଓ ଦୋଷୀକୁ ଶୀଘ୍ର ଗିରଫ ଦାବୀରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଇଥିଲା । ତେବେ କଂଗ୍ରେସ ନେତା ପ୍ରଦୀପ ମାଝୀ ପେଟ୍ରୋଲ, ଡିଜେଲ ରେଡ଼ି ରଖ, ଡାଇରେକସନ ଯିବ ମାନେ ଯାହା ପାଇବ ଜାଳି ଦେବ, ତେଣିକି ଯାହା ହବ ଦେଖାଯିବ କହି ଫୋନ କଲ କର୍ମୀଙ୍କୁ ଉସକାଇଥିଲେ । ପ୍ରଦୀପ ମାଝିଙ୍କ ନିର୍ଦ୍ଦେଶକ୍ରମେ ଆନ୍ଦୋଳନକାରୀମାନେ ଏକ କାର ଜାଳିଦେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । କିନ୍ତୁ ଏହାକୁ ନେଇ ଅନୁତପ୍ତ ନଥିବା ପ୍ରଦୀପ ମାଝି ପ୍ରତିକ୍ରିୟା ରଖଥିଲେ । ସେ କହିଥିଲେ ଯେ, ବିଜେଡି ସରକାରରେ ମା, ଭଉଣୀଙ୍କ ଇଜ୍ଜତ ଲୁଟ୍ ହେଉଛି। ଆମେ କଣ ଚୁପ୍ ବସିବୁ, ଆମେ କଣ ଚୁଡ଼ି ପିନ୍ଧିଛୁ । ୧୦ ବର୍ଷରେ ୩୦ ହଜାର ବଳାତ୍କାର ଓ ହତ୍ୟା ଘଟଣା ଘଟିଛି । ଆମ ମା’, ଭଉଣୀ ଶସ୍ତା ନୁହଁନ୍ତି, ଆମେ ଚୁପ୍ ବସିବୁ ନାହିଁ। ଦୋଷୀଙ୍କ ୁପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆ ନ ଯାଇ ଆଇନକୁ ହାତକୁ ନେବା ପାଇଁ ଆମକୁ ସରକାର ବାଧ୍ୟ କରୁଛନ୍ତି । ଗାନ୍ଧି ନୀତିରେ ଆଉ ନ୍ୟାୟ ମିଳିପାରୁନାହିଁ, ତେଣୁ ଆମେ ସୁଭାଷ ନୀତି ଆପଣାଇଲୁ । ନ୍ୟାୟ ପାଇଁ ହିଂସାକୁ ଆପଣାଇବାକୁ ବାଧ୍ୟ ହୋଇଛୁ।

ଅନ୍ୟପଟେ ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ହିଂସାକୁ ଉସୁକାଇବା ନେଇ ନବରଙ୍ଗପୁର ଟାଉନ ଥାନାରେ ଏତଲା ହୋଇଛି । ନବରଙ୍ଗପୁର ଥାନା ପୋଲିସ ନିଜ ତରଫରୁ ଏତଲା ଦାୟର କରିଛନ୍ତି । ପ୍ରଦୀପ ମାଝୀଙ୍କ ସହ ମୋଟ ୧୫ ଜଣଙ୍କ ନାଁରେ ପୋଲିସ ଏତଲା ଦାୟର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − three =