କରୋନାରେ ଖାଦ୍ୟ ମହଙ୍ଗା

ଭୁବନେଶ୍ୱର: ଗୋଟିଏ ପଟେ କରୋନା, ଅନ୍ୟପଟେ ମହଙ୍ଗା ମାଡ଼ । ଆକାଶ ଛୁଇଁଛି ଖାଦ୍ୟ ଦର । ଗୋଟିଏ ଓଳି ଖାଇବା ପାଇଁ ସଂଘର୍ଷ କରୁଛି ଗରିବ । ମହାମାରୀ ଯୋଗୁ ଜୀବିକା ଯାଇଛି । ଗରିବ ଆହୁରି ଗରିବ ହୋଇଯାଇଛି । ଆୟ ନ ଥିବାରୁ ଭୋକରେ ଆଉଟୁ ପାଉଟୁ ହେବା ଛଡ଼ା ଉପାୟ ନାହିଁ । ସମଗ୍ର ବିଶ୍ୱରେ ବର୍ତ୍ତମାନ ଏଭଳି ଚିତ୍ର ଦେଖିବାକୁ ମିଳୁଛି ।ବିଶ୍ୱ ଖାଦ୍ୟ ଦର ଦଶକ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି । କରୋନା ଫାଶରେ ଛନ୍ଦି ହୋଇଥିବା ଦୁର୍ବଳ ରାଷ୍ଟ୍ରଗୁଡ଼ିକର ଚିନ୍ତାକୁ ଏହା ବହୁଗୁଣିତ କରିଛି। ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍ଏଓ) ଆଶଙ୍କା ପ୍ରକାଶ କରିଛି ଯେ, ଖାଦ୍ୟ ଦର ବୃଦ୍ଧି ଦ୍ୱାରା ଆଗକୁ ବିଦ୍ରୋହ କିମ୍ବା ଦଙ୍ଗା ପରିସ୍ଥିତିକୁ ବି ଏଡ଼ାଯାଇପାରିବ ନାହିଁ । ରାଜନୈତିକ ଅସ୍ଥିରତା ମଧ୍ୟରେ ଥିବା ଦେଶଗୁଡ଼ିକରେ ସାମାଜିକ ଅଶାନ୍ତି ଆହୁରି ତୀବ୍ରତର ହେବ ।ଏଫ୍ଏଓ ଅନୁସାରେ ବିଶ୍ୱର ଗରିବ ବର୍ଗଙ୍କୁ ବର୍ଦ୍ଧିତ ଖାଦ୍ୟ ଦର ଭୟଙ୍କର ଭାବେ ପ୍ରଭାବିତ କରିଛି । ମହାମାରୀ ମଧ୍ୟରେ ଜୀବନ ଜିଇଁବା ପାଇଁ ଲଢ଼େଇ କରୁଥିବା ଅତି ଗରିବଙ୍କ ପାଇଁ ଏବେ ବୋଝ ଉପରେ ନଳିତାବିଡ଼ା ସଦୃଶ୍ୟ ପରିସ୍ଥିତି ।ଏଫ୍ଏଓ ଅନୁସାରେ, ମେ\’ରେ ଖାଦ୍ୟ ଦର ଗତବର୍ଷ ମେ\’ ତୁଳନାରେ ୪୦% ବୃଦ୍ଧି ପାଇଛି । ୨୦୧୧ ସେପ୍ଟେମ୍ବରଠାରୁ ଏହା ସବୁଠାରୁ ଦ୍ରୁତ ଅଭିବୃଦ୍ଧି । ବିଶ୍ୱ ବଜାରରେ ମକାର ହାରାହାରି ଦରରେ ୮୮%, ସୋୟାବିନ୍ ଦରରେ ୭୩%, ଖାଦ୍ୟଶସ୍ୟ ତଥା ଦୁଗ୍ଧଜାତ ଉତ୍ପାଦ ଦରରେ ୩୮% ବୃଦ୍ଧି ଘଟିଥିବାବେଳେ ଚିନି ୩୪% ଏବଂ ମାଂସ ୧୦% ମହଙ୍ଗା ହୋଇଛି ଜ୍ଝବିଶ୍ୱ ଖାଦ୍ୟ କାର‌୍ୟ୍ୟକ୍ରମର ମୁଖ୍ୟ ଅର୍ଥନୀତିଜ୍ଞ ଆରିଫ ହୁସେନ କୁହନ୍ତି, କୋଭିଡ୍-୧୯ର ସାମ୍ନା କରୁଥିବା ଅନେକ ରାଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୨୦% ଉପରେ ରହିଛି । ଲେବାନନ୍ ଏକ ଗମ୍ଭୀର ବିତ୍ତୀୟ ସଙ୍କଟର ସାମ୍ନା କରୁଛି । ଏଠାକାର ପ୍ରଚଳିତ ମୁଦ୍ରା ଏବେ ପାତାଳମୁଖୀ । ବର୍ତ୍ତମାନ ଏହା ଋଣ ପରିଶୋଧ କରିବାରେ ବିଫଳ ହେଉଛି । ରିପୋର୍ଟ ଅନୁସାରେ ମେ\’ରେ ଏଠାରେ ଖାଦ୍ୟ ମୁଦ୍ରାସ୍ଫୀତି ୨୨୬% ଥିଲା ।ଆର୍ଜେଣ୍ଟିନାରେ ମେ\’ ମଧ୍ୟଭାଗରେ ସେଠାକାର ସରକାର ଗୋମାଂସ ଆମଦାନିକୁ ବାତିଲ କରିଦେଇଛନ୍ତି, କାରଣ ଏଠାରେ ମୁଦ୍ରାସ୍ଫୀତି ଆକାଶ ଛୁଇଁଛି ।

Share

Leave a Reply

Your email address will not be published. Required fields are marked *

17 − 12 =