ଖୋଲାରେ ମଳତ୍ୟାଗ କଲେ ଗଣିବେ ତଣ୍ଡ …

ଭୁବନେଶ୍ବର () ଏଣିକି ରାଜଧାନୀ ଭୁବନେଶ୍ବରରେ ଖୋଲାରେ ମଳତ୍ୟାଗ କଲେ ଦେବାକୁ ପଡିବ ଜୋରିମାନା । ଏନେଇ କଟକଣା ଲାଗୁ ହେବା ସହ ବାହାରେ ମଳତ୍ୟାଗ କଲେ 50 ଟଙ୍କା ଜୋରିମାନା ଦେବାକୁ ପଡିବ । ଭବନେଶ୍ବରର ସ୍ବଚ୍ଛତା ଓ ସୁସ୍ଥ ପରିବେଶ ସହ ଉନ୍ନତ ମାନର ଚଳନି ଓ ଚରିତ୍ରକୁ ବିଶ୍ବ ଦରବାରରେ ପରିଚିତ କରିବାକୁ ପାଇଁ ଏହି କଟକଣା ଲାଗୁ କରାଯିବ ।

ଓଡ଼ି ପ୍ଲୁସ ଜରିଆରେ ପ୍ରତି15 ଦିନରେ  ଶୌଚାଳୟ ଯାଞ୍ଚ କରାଯିବ, ପାଣିର ବ୍ୟବସ୍ଥା ଅଛି କି ନାହିଁ, ସ୍ବଛ ଅଛି କି ନାହିଁ, ବ୍ୟବହାର ଯୋଗ୍ୟ ଅଛି କି ନାହିଁ ତାହା ନିୟମିତ ଯାଞ୍ଚ ହେବ । ହକି ବିଶ୍ବକପ ନେଇ ଭୁବନେଶ୍ବର ଚଳଚଞ୍ଚଳ ହେଉଥିବାରୁ ଭୁବନେଶ୍ବରରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦେଉଛି ବିଏମସି। ସ୍ବଚ୍ଛ ଭାରତ ମିଶନ ଅଧୀନରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବିଭିନ୍ନ ସ୍କିମ ଜରିଆରେ 20,218 ଶୌଚାଳୟ କାର୍ଯ୍ୟ ନିର୍ଦ୍ଧେଶ ଦିଆଯାଇଥିବା ବେଳେ ପାଖାପାଖି 12,500 ହିତାଧିକାରୀଙ୍କ ଶୌଚାଳୟ  କାର୍ଯ୍ୟ ସମ୍ପୂର୍ଣ୍ଣ ସରିଛି। ବିଏମସି ଅଞ୍ଚଳରେ ସମ୍ମାନ ପ୍ରକଳ୍ପ ଜରିଆରେ 164 ଟି କମ୍ୟୁନିଟି ଶୌଚାଳୟ ହୋଇଥିବା ବେଳେ 156ଟି ପବ୍ଲିକ ଶୌଚାଳୟ ଓ 320 ଟି ହାଇବ୍ରିଡ ଶୌଚାଳୟ ହୋଇଛି। ଭୁବନେଶ୍ବର ସୌନ୍ଦର୍ଯ୍ୟକରଣକୁ ଆଗ୍ରାଧିକାର ଦିଆଯାଇଛି  । ଖୋଲାରେ  ମଳ ତ୍ୟାଗ ନ କରିବା ନେଇ ସମସ୍ତଙ୍କର ପ୍ରତିବଦ୍ଧତା ରହିବା ଦରକାର ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଆଗକୁ  ଏ ନେଇ ସାରା ଭୁବନେଶ୍ବରରେ ସଚେତନତା କରାଯିବ ବୋଲି ସେ କହିଛନ୍ତି।

ଭୁବନେଶ୍ବରକୁ ମଳତ୍ୟାଗ ମୁକ୍ତ ସହର କରାଯିବା ନେଇ ସଂକଳ୍ପ ବଧ ହେବାର ଆବଶ୍ୟକତା ଅଛି ଏବଂ ଖୋଲାରେ ମଳତ୍ୟାଗକୁ ତଦାରଖ କରିବା ନେଇ ଏକ କମିଟି କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି। ସ୍ବେଚ୍ଛାସେବୀଙ୍କ ଜରିଆରେ ସଚେତନ କରାଯିବ  । ପରେ ଯେଉଁମାନେ ନ ମାନିବେ ତାଙ୍କ ଠାରୁ 50 ଟଙ୍କା ଜୋରିମାନା ନିଆଯିବ ବୋଲି ମେୟର କହିଛନ୍ତି। ସ୍ଵଚ୍ଛ ଭାରତ ଅଭିଯାନରେ ପବ୍ଲିକ, ଘରୋଇ, ଶୌଚାଳୟ ଗୁଡିକୁ ପ୍ରତି 6 ମାସରେ ପ୍ରତ୍ୟେକ ଟିମ ବୁଲି ଦେଖିବେ ବୋଲି ।

ଘରୋଇ ସ୍ତରରେ ଶୌଚାଳୟ ନିର୍ମାଣ ପାଇଁ ବିଏମସି ପକ୍ଷରୁ ସମସ୍ତ ସୁବିଧା ଓ ଖର୍ଚ୍ଚ ଯୋଗାଇ ଦିଆଯିବ। 2019 ଜାନୁଆରୀ ଶେଷ ସୁଦ୍ଧା ଭୁବନେଶ୍ବରର 67 ଟି ୱାର୍ଡରେ କ୍ୟାମ୍ପେନ କରାଯାଇ ଶୌଚାଳୟ ବ୍ୟବହାର ସଚେତନତା କରାଯିବ।

Share

Leave a Reply

Your email address will not be published. Required fields are marked *

12 − twelve =