ଶୁକ୍ରବାର ପୂର୍ବାହ୍ନ 10ଟା ସୁଦ୍ଧା ପୁରୀ ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା

ଭୁବନେଶ୍ବର () ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୫କିମି ବେଗରେ ପୁନଶ୍ଚ ଉତର-ଉତରପୂର୍ବ ଦିଗରେ ଗତିକରି ଗୁରୁବାର ପୂର୍ବାହ୍ନ 1.30 ସୁଦ୍ଧା ପୁରୀଠାରୁ 330 କିମି ଦକ୍ଷିଣ-ଦକ୍ଷିଣପୂର୍ବ, ବିଶାଖାପାଟଣାଠାରୁ 180 କିମି ଦକ୍ଷିଣ-ଦକ୍ଷିଣପୂର୍ବ କେନ୍ଦ୍ରିଭୂତ ରହିଛି । ଏହା ଉତର-ଉତରପୁର୍ବ ଦିଗରେ ଗତିକରି ଆସନ୍ତାକାଲି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ପାର୍ଶ୍ବର ଦେଇ ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ବୃଦ୍ଧିପାଇ ଘଂଟାପ୍ରତି ୧୭୦-୧୮୦କିମି ରହିବ ଏବଂ ସର୍ବାଧିକ ୨୦୦କିଲୋମିଟର ଛୁଇଁବାର ସମ୍ଭାବନା ରହିଛି । ସୋଆ କ୍ଲାଇମେଟ ସେଣ୍ଟରର ଆକଳନ ଅନୁଯାୟୀ ମଧ୍ୟରେ ଆସନ୍ତାକାଲି ସକାଳ 10ଟା ସୁଦ୍ଧା ଓଡିଶା ଉପକୂଳରେ ହିଟ କରିବ । ସେପଟେ ଭାରତୀୟ ପାଣିପାଗ ବିଭାଗ କହୁଛି ଅପରାହ୍ନ ସୁଦ୍ଧା ସ୍ଥଳଭାଗକୁ ଛୁଇଁବ ବାତ୍ୟା ।

ଏହାର ପ୍ରଭାବରେ ଗୁରୁବାର ଓଡିଶାର ଦକ୍ଷିଣ ଉପକୂଳ ଏବଂ ଏହାର ନିକଟବର୍ତୀ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ (ଗଞ୍ଜାମ ଓ ଗଜପତି ଜିଲ୍ଲା) ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶୁକ୍ରବାର ବର୍ଷାର ବେଗ ବୃଦ୍ଧି ପାଇବ ଏବଂ ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଶନିବାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ଉତର ଓଡିଶାର ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗୁରୁବାର ରାତିରୁ ଝଡର ପ୍ରଭାବରେ ପବନର ବେଗ ଘଂଟାପ୍ରତି ୬୦-୭୦ କିମି ବେଗରେ ଆରମ୍ଭ ହୋଇ କ୍ରମେ ଏହା ସର୍ବାଧିକ ୮୫ କିମିରେ ପହଂଚିବାର ସମ୍ଭାବନା ରହିଛି । ଶୁକ୍ରବାର ଅପରାହ୍ନରୁ ପରବର୍ତୀ ୧୨ ଘଂଟା ଧରି ଓଡିଶାର ଦକ୍ଷିଣ ଉପକୂଳରେ ପବନର ବେଗ ଘଂଟାପ୍ରତି ୧୭୦-୧୮୦ କିମିରୁ ଆରମ୍ଭ ହୋଇ ସର୍ବାଧିକ ୨୦୦କିମିରେ ପହଂଚିବାର ସମ୍ଭାବନା ରହିଛି । ଅନ୍ୟ ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ପବନର ବେଗ ଘଂଟାପ୍ରତି ୯୦-୧୦୦କିମି ବେଗରୁ ଆରମ୍ଭ ହୋଇ ସର୍ବାଧିକ ୧୧୫କିମିରେ ପହଂଚିବାର ସମ୍ଭାବନା ରହିଛି ।

ମେ ୨ରୁ ୪ ମଧ୍ୟରେ ଓଡିଶା ଉପକୂଳରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବ ଏବଂ ପ୍ରାୟ ୧.୫ ମିଟର ଉଚ୍ଚତାରେ ଜୁଆର ଉଠିବ । ଝଡ ସ୍ଥଳଭାଗ ଛୁଇଁବା ସମୟରେ ଜୁଆରର ଉଚ୍ଚତା ବୃଦ୍ଧି ପାଇବ ଏବଂ ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାମାନଙ୍କର ତଳିଆ ଅଂଚଳକୁ ସମୁଦ୍ର ପାଣି ମାଡି ଆସିବାର ସମ୍ଭାବନା ରହିଛି । ମେ ୧ରୁ ୪ ମଧ୍ୟରେ ସମୁଦ୍ର ମଧ୍ୟକୁ ଢ଼ଙ୍ଗା ନେଇ ଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି । ଯେଉଁମାନେ ପୂର୍ବରୁ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଯଥାଶୀଘ୍ର ଫେରିଆସିବା ପାଇଁ ସତର୍କ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 − one =