Latestରାଜ୍ୟ

ଧାନ ଉଠା ବିଳମ୍ବକୁ ନେଇ ଚାଷୀଙ୍କ ବିକ୍ଷୋଭ

ମାଲକାନଗିରିରେ ରାସ୍ତାରୋକ କଲେ ଚାଷୀ । ଧାନ ଉଠା ବିଳମ୍ବକୁ ନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ୪ଟି ପଂଚାୟତର ଶତାଧିକ ଗ୍ରାମବାସୀ । ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭ କରୁଛନ୍ତି । ପଦ୍ମପୁର ଛକ ନିକଟରେ ଏହି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଟୋକନ ମିଳିଥିଲେ ମଧ୍ୟ ମିଲରମାନେ ଧାନ ନଉଠାଉଥିବାରୁ ଏହାର ପ୍ରତିବାଦ କରିଛନ୍ତି ଚାଷୀ । ତୁରନ୍ତ ଧାନ ଉଠାଇବା ଦାବି କରିଛନ୍ତି ଚାଷୀ ।
ସେପଟେ ହାଡଭଙ୍ଗା ଶୀତରେ ମଣ୍ଡିରେ ଧାନ ଜଗି ଶୋଇଲେ ଚାଷୀ । ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଓଡଗାଁ ବ୍ଳକ ଧାନଶିଶା ଗାଁ ମଣ୍ଡିରେ । ଗତକାଲି ଅପରାହ୍ନରେ ମଣ୍ଡିରେ ବିକିବାକୁ ଆଖପାଖ ଗାଁର ୧୨ ରୁ ୧୫ ଚାଷୀ ଶଗଡରେ ଧାନ ବୋହି ଆଣିଥିଲେ । ତେବେ ମିଲର କ୍ୱିଂଟାଲ ପିଛା ୫ ରୁ ୬ କେଜି କଟନି କାଟିବାକୁ କହିଥିଲା । ଏହାକୁ କିନ୍ତୁ ଚାଷୀ ବିରୋଧ କରିବା ସହ ୨ ରୁ ୩ କେଜି କାଟିବାକୁ ପ୍ରସ୍ତାବ ରଖିଥିଲେ । ଏଥିରେ ଅରାଜି ହୋଇ ମିଲର ଫେରିଯାଇଥିଲା । ଫଳରେ ନିଜ ଧାନ ଜଗି ମଣ୍ଡିରେ ସାରା ରାତି ଶୋଇବାକୁ ବାଧ୍ୟ ହୋଇଛନ୍ତି ଚାଷୀ । ଆଜି ବାହାର ବେପାରୀକୁ ଧାନ ବିକିବେ ବୋଲି କହିଛନ୍ତି ଚାଷୀ ।

Share

Leave a Reply

Your email address will not be published. Required fields are marked *

five × 1 =