ନାବାଳିକା ଅସଦାଚରଣ ମାମଲା: କନ୍ଷ୍ଟେବଳ ଗିରଫ

ଶ୍ରୀମନ୍ଦିରରେ ନାବାଳିକା ଅସଦାଚରଣ ମାମଲାରେ ଅଭିଯୁକ୍ତ ଆଇଆରବି କନ୍ଷ୍ଟେବଳ ଗିରଫ କରାଯାଇଛି । ସିସିଟିଭି ଫୁଟେଜ ଯାଞ୍ଚ ପରେ କନ୍ଷ୍ଟେବଳ ଚୁକେଶ ମେହେନ ଘଟଣାର ଅଭିଯୁକ୍ତ ଥିବା ଜଣାପଡ଼ିଛି । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି । ଅଭିଯୁକ୍ତ କନ୍ଷ୍ଟେବଳ ଅସଦାଚରଣ କରିବା ପରେ ଘଟଣାସ୍ଥଳରେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ପକ୍ସା ଆକ୍ଟରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ଗିରଫ କନ୍ଷ୍ଟେବଳକୁ ନିଲମ୍ବିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 + 18 =