ଏଚଏଫଏମଡି ରୋଗ ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ

ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ, ଫୁଟ୍, ମାଉଥ୍ ବା ଏଚଏଫଏମଡି ରୋଗୀ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । କଟକ, ଖୋର୍ଦ୍ଧା, ପୁରୀ ଓ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଆରଏମ୍ଆରସିକୁ ସଂଦିଗ୍ଧଙ୍କ ନମୁନାର ଫଳାଫଳ ଓ ଆକ୍ରାନ୍ତ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜଣାଇବାକୁ କୁହାଯାଇଛି ।ଏହା ସହ ଯେଉଁ ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଫଳରେ ସେମାନଙ୍କ ପରିବାରରେ ଅନ୍ୟ କେହି ଏଥିରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ସ୍ପଷ୍ଟ ହୋଇଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଯେଉଁ ୨୬ ଜଣ ଶିଶୁ ଏଚଏଫଏମଡିରେ ଆକ୍ରାନ୍ତଙ୍କ ହୋଇଛନ୍ତି ସେମାନଙ୍କ ନମୁନାକୁ ପୁନେ ସ୍ଥିତ ଏନ୍ଆଇଭିକୁ ସେରୋ ଟାଇପିଂ ପାଇଁ ପଠାଯାଇଛି । ଏହା ଦ୍ୱାରା ରାଜ୍ୟରେ ଏଚଏଫଏମଡିର କେଉଁ ଗ୍ରୁପଟି ସଂକ୍ରମଣ କରିବାରେ ସକ୍ରିୟ ରହିଛି, ତାହା ସ୍ପଷ୍ଟ ହୋଇପାରିବ ।

Share

Leave a Reply

Your email address will not be published. Required fields are marked *

16 − three =