ଆଜି ଫକୀର ମୋହନ ସେନାପତିଙ୍କ ଶ୍ରାଦ୍ଧ ବାର୍ଷୀକ

ଭୁବନେଶ୍ୱର: କଥା ସମ୍ରାଟ ଫକିର ମୋହନ ସେନାପତି ୧୮୪୩ ମସିହା ମକର ସଂକ୍ରାନ୍ତିରେ ଭୂମିଷ୍ଠ ହୋଇଥିବାବେଳେ ୧୯୧୮ ମସିହା ରଜ ସଂକ୍ରାନ୍ତି ଦିନ ପରଲୋକ ଗମନ କରିଥିଲେ। ସେଥିପାଇଁ ସେ ସଂକ୍ରାନ୍ତି ପୁରୁଷ ଓ ମହାଭାରତର ଓଡ଼ିଆ ଅନୁବାଦ କରିଥିବାରୁ ବ୍ୟାସକବି ନାମରେ ମଧ୍ୟ ପରିଚିତ। ଚଳିତ ବର୍ଷ ରଜ ସଂକ୍ରାନ୍ତି ଦିନ ପାଳିତ ହେଉଛି ତାଙ୍କର ୧୦୩ତମ ଶ୍ରାଦ୍ଧ ଦିବସ। ମାତୃଭାଷା ସୁରକ୍ଷା ସଂଗ୍ରାମର ମୁଖ୍ୟ ସେନାପତି ଓ ଓଡ଼ିଆ ଗଦ୍ୟ ସାହିତ୍ୟର ଦିଗବାରେଣୀ ଭାବେ ସେ ଚିର ଅମର। ବାଲେଶ୍ୱର ସହରର ମଲ୍ଲିକାଶପୁରଠାରେ ଜନ୍ମିତ ଫକିର ମୋହନ ବହୁ ଦୁଃଖକଷ୍ଟ ମଧ୍ୟରେ ଏମଇ ସ୍କୁଲ ଯାଏ ପଢ଼଼ିଥିଲେ ହେଁ ନିଜ ସାରସ୍ୱତ ପ୍ରତିଭା, ପାଣ୍ଡିତ୍ୟ, ଓଡ଼ିଶା ପ୍ରୀତି ଓ ବିଭିନ୍ନ ଗଡ଼ଜାତରେ ଦେବାନ ଭାବେ ଦକ୍ଷତାର ସହ କାର‌୍ୟ୍ୟ ପାଇଁ ବ୍ରିଟିଶ ଅଧିକାରୀ, ଉତ୍କଳ ଗୌରବ ମଧୁବାବୁ, କବିବର ରାଧାନାଥ ରାୟ, ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଭଳି ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କର ପ୍ରିୟପାତ୍ର ହୋଇପାରିଥିଲେ।

Share

Leave a Reply

Your email address will not be published. Required fields are marked *

two × five =