Friday, October 30, 2026
Latestରାଜ୍ୟ

ରେଳ ଲାଇନ୍ କଡରୁ ପୂର୍ବତନ ବିଧାୟକଙ୍କ ସବ ଉଦ୍ଧାର

ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରଧାନଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା।
ଗତକାଲି ସନ୍ଧ୍ୟାରେ ନାଲକୋ ଥାନା ଅନ୍ତର୍ଗତ କଇଁଫୁଲିଆ ରେଳ ଲାଇନ୍ ପାର୍ଶ୍ୱରୁ ତାଙ୍କ ରକ୍ତାକ୍ତ ମୃତଦେହକୁ ଜିଆରପି ପୁଲିସ୍ ଉଦ୍ଧାର କରିଥିଲା।
ସେ ଟ୍ରେନ୍ରେ ବଇଣ୍ଡା ଯାଉଥିଲେ। ତେବେ ସ୍ମରଣ ଶକ୍ତି ହ୍ରାସ ଯୋଗୁ କଇଁଫୁଲିଆରେ ଟ୍ରେନ୍ରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବାବେଳେ ସେ ଖସି ପଡ଼ିଥିଲେ ଓ ସେଥିଯୋଗୁ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଫଳରେ କିଛି ଅଂଶ ଫାଟି ଗାତ ହୋଇଯାଇଥିଲା।
ସେ ୧୯୭୧ ମସିହାରେ ଉତ୍କଳ କଂଗ୍ରେସ ତରଫରୁ ଆଠମଲ୍ଲିକରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

ten + twenty =