ହାତୀ ଆକ୍ରମଣରେ ଜଣେ ମୃତ

ବାରିପଦା : ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ଥମିବାର ନାମ ନେଉନି ହାତୀ ଆତଙ୍କ। ହାତୀ ଆକ୍ରମଣରେ ପୁଣି ଆଉଏକ ଜୀବନ ଗଲା। ଆଜି ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଭଦୁଆଶୋଳ ଗ୍ରାମରେ। ଆଜି ଭୋରରୁ ଗ୍ରାମର ଅର୍ଜୁନ ହାଁସଦା ନିଜ ବିଲ୍କୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ସେଠାରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଖବର ଦେବାରୁ ବନ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି ।ଗତ କିଛି ଦିନ ହେଲା ଏକ ଝାଡଖଣ୍ଡି ହାତୀପଲ ଏହି ଅଂଚଳରେ ରହୁଥିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ମୃତ ଅର୍ଜୁନ ହାଁସଦାଙ୍କ ବୟସ ୬୫ ବର୍ଷ ହୋଇଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବନ ବିଭାଗ କହିଛି ।

Share

Leave a Reply

Your email address will not be published. Required fields are marked *

fourteen − three =