ସାଧାରଣ ନିର୍ବାଚନକୁ ନେଇ ସୋଶିଆଲ୍ ମିଡିଆ ସହ ହାତ ମିଳାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ୨୦୧୯ରେ ସାଧାରଣ ନିର୍ବାଚନ ଆଖି ଆଗରେ ରଖି  ମିଛ ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଲେ ସୋଶିଆଲ୍ ମିଡିଆ। ଫେସ୍‌ବୁକ୍‌, ଗୁଗୁଲ ଏବଂ ଟ୍ୱିଟର ଭଳି ଆଗଧାଡ଼ିର ସୋଶାଲ୍ ମିଡିଆ କମ୍ପାନୀମାନେ ସେନ୍ସର ଲଗାଇବା ପାଇଁ ଯୋଜନା କରୁଛନ୍ତି।ଏହି ସେନ୍ସର ମିଛ ଖବର ପୋଷ୍ଟ ଉପରେ ନଜର ରଖିବା ସହ  ମତଦାନର ୪୮ ଘଣ୍ଟା ପୂର୍ବରୁ ଯେମିତି କୌଣସି ରାଜନୈତିକ ବିଜ୍ଞାପନ ପ୍ରସାରଣକୁ ବନ୍ଦ କରାଯାଇପାରିବ ସେଥିପାଇଁ ‘ସାଇଲେନ୍ସ ପିରିୟଡ୍’ ଲାଗୁ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଉପରେ ରୋକ୍‌ ଲଗାଇବା ପାଇଁ ନିର୍ବାଚନ କମିଶନ  ଏକ ସ୍ୱତନ୍ତ୍ର ଆଣ୍ଡ୍ରଏଡ୍‌ ଆପ୍‌ ଉନ୍ମୋଚନ କରିଛନ୍ତି। ଏହା ଜରିଆରେ ଲୋକେ ବେଆଇନ ଅର୍ଥ କାରବାର ଏବଂ ବିବାଦୀୟ ଭାଷଣର ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍‌ କରିବା ସବ ଏହାକୁ ତର୍ଜମା କରି ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଏହି ଆପ୍ଲିକେଶନର ନାମ ରଖାଯାଇଛି ‘ସିଭିଜିଲ୍‌’। ନିର୍ବାଚନ ପ୍ରକ୍ରିୟା ଉପରେ ଲୋକଙ୍କ ନଜର ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।  ଗୁଗୁଲ୍‌ ପ୍ଲେ ଷ୍ଟୋରକୁ ଯାଇ ‘ସିଭିଜିଲ୍‌’ ଆପ୍‌ ଡାଉନ୍‌ଲୋଡ୍‌ କରିହେବ। କେବଳ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏହି ଆପ୍‌ କାମ କରିବ।

 

Share

Leave a Reply

Your email address will not be published. Required fields are marked *

11 − eight =