ଘରସହ ଭାସିଗଲେ ୬ଜଣ

ଭଂଜନଗର–ପ୍ରବଳ ବର୍ଷା ଓ ପବନ ଯୋଗୁ ନଈ ପାଣି ସୁଅରେ ଭାସିଯାଇ ୬ଜଣ ଲୋକ ନିଖୋଜ ହୋଇଥିବା ଖବରମିଳିଛି । ଏହି ୬ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ୪ଜଣ ଏବଂ ତାଙ୍କ ଘରେ ଆଶ୍ରୟ ନେଇଥିବା ଆଉ ୨ଜଣ ଅଛନ୍ତି । ଏମାନେ ସମସ୍ତେ ଗୋଟିଏ ଇନ୍ଦିରାବାସ ଘରେ ବାତ୍ୟା ପାଇଁ ଆଶ୍ରୟ ନେଇଥିବା ବେଳେ ନଈ ପାଣିର ସୁଅରେ ଘରସହ ଭାସିଯାଇ ନିଖୋଜ ହୋଇଛନ୍ତି । ଆଜି ମଧ୍ୟହ୍ନରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଦାର କରିବାପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସେମାନଙ୍କର ପତା ଏପର୍ଯ୍ୟନ୍ତ ମିଳୁନାହିଁ ବୋଲି ଗଂଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ ସୁଚନା ଦେଇଛନ୍ତି ।
ଗାଜଲବାଡି ପଂଚାୟତର ଭୁତପଙ୍କାଳ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଅଡାଙ୍ଗିନଦୀର ସୁଅରେ ଘରସହ ଏହି ୬ଜଣ ଭାସିଯାଇଛନ୍ତି ।
ଗୋଟିଏ ପରିବାରର ସ୍ୱାମୀ-ସ୍ତ୍ରୀ, ପୁଅ-ବୋହୁ ଓ ଅନ୍ୟ ୨ଜଣ ଆଶ୍ରୟ୍‍ ନେଇ ଥିବା ଲୋକ ଅନ୍ତର୍ଭୁକ୍ତ ।

Share

Leave a Reply

Your email address will not be published. Required fields are marked *

15 + twenty =