କୋଭିଡ୍ ଲଢ଼େଇର ନୂଆ ରଣନୀତି : ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ

କଟକଣା କଡ଼ାକଡ଼ି ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଅନୁପାଳନ ପାଇଁ ଜନସାଧାରଣଙ୍କୁ ଅନୁରୋଧ
ଭୁବନେଶ୍ୱର()  ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ରକ୍ଷାକରି କୋଭିଡ୍-୧୯ ଲଢ଼େଇ ନିମନ୍ତେ ରାଜ୍ୟ ସରକାର ପରିବର୍ତ୍ତିତ ରଣନୀତି ପ୍ରସ୍ତୁତ କରିଛନ୍ତି । ଏ ବିଷୟରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ରାଜ୍ୟ ସରକାର ପରିବର୍ତ୍ତିତ ଗାଇଡ୍ ଲାଇନ୍ ପ୍ରଣୟନ କରିଛନ୍ତି । 

ଏହି ନୂ୍ଆ ଗାଇଡ ଲାଇନ୍ ଆସନ୍ତା କାଲି ବୁଧବାର ଜୁଲାଇ ୧ ତାରିଖଠାରୁ ଲାଗୁ କରାଯିବ । ଜୁଲାଇ ୩୧ ତାରିଖ ପର‌୍ୟ୍ୟନ୍ତ ଏହା ବଳବତ୍ତର ରହିବ । କୋଭିଡ୍ ପରିଚାଳନାକୁ ରାଜ୍ୟ ସରକାର ସଂପୂର୍ଣ୍ଣଭାବେ ବିକେନ୍ଦ୍ରୀକରଣ କରିଛନ୍ତି । ଏଥିପାଇଁ ଉଭୟ ଗ୍ରାମ ଓ ସହରାଞ୍ଚଳରେ ୱାର୍ଡ ସ୍ତରୀୟ କମିଟି ଗଠନ କରାଯାଇଛି । କୋଭିଡ୍ ନିରୀକ୍ଷଣ ଓ ପରିଚାଳନା ପାଇଁ କମିଟିମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ।

ପ୍ରତି ପଂଚାୟତରେ କୋଭିଡ୍ କେୟାର ହୋମ୍ ପ୍ରତିଷ୍ଠା କରାଯିବ । ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଏହା ପରିଚାଳିତ ହେବ । କେତୋଟି ପଂଚାୟତକୁ ନେଇ ଗଠିତ କ୍ଲଷ୍ଟର୍ ରେ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ୍ କାର୍ଯ୍ୟ କରିବ । ଏହା ବାହାରୁ ଆସୁଥିବା ଲୋକମାନଙ୍କର କ୍ୱାରାଣ୍ଟାଇନ୍ କେନ୍ଦ୍ରଭାବେ କାମ କରିବ 

ପ୍ରତି ସରକାରୀ ଓ ବେସରକାରୀ କାର‌୍ୟ୍ୟାଳୟରେ କୋଭିଡ୍ ଅଡିଟ୍ ହେବ । ଅଫିସରେ ସାମାଜିକ ଦୁରତା ରକ୍ଷା କରିବା ଏବଂ ମାକ୍ସ ପିନ୍ଧିବାକୁ କଡାକଡି ଲାଗୁ କରିବା ଅଫିସ୍ ମୁଖ୍ୟଙ୍କ ଦାୟିତ୍ଵ ହେବ । ସର୍ବସାଧାରଣ ସ୍ଥାନ ମାନଙ୍କରେ ସାମାଜିକ ଦୁରତା, ମାକ୍ସ ପିନ୍ଧିବା ଏବଂ ଛେପ ନପକାଇବାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ।

ସମସ୍ତ ଘରୋଇ ହସ୍ପିଟାଲ୍ ମାନେ କୋଭିଡ୍ ଏସ୍.ଓ.ପି କଡ଼ାକଡ଼ି ଭାବେ ପାଳନ କରିବେ । ରାଜ୍ୟ ବାହାର ବହୁଳ ସଂକ୍ରମିତ  ସ୍ଥାନରୁ ଲୋକମାନଙ୍କର ଆଗମନକୁ ନିୟନ୍ତ୍ରଣ ଓ ନିରୀକ୍ଷଣ କରାଯିବ ।

ଜିଲ୍ଲାପାଳ ଓ ପୌରାଞ୍ଚଳ କମିଶନରମାନେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିୟାମକ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ ।
କଣ୍ଟେନମେଣ୍ଟ୍ ଜୋନ୍ ରେ ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ଅନ୍ୟ ସମସ୍ତ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିବ । ଏହି ଅଂଚଳରେ ସଘନ ଘରକୁ ଘର ନିରୀକ୍ଷଣ ଆଦି କରାଯିବ ।

ସାରା ରାଜ୍ୟରେ ଜୁଲାଇ ୩୧ ତାରିଖ ପର‌୍ୟ୍ୟନ୍ତ ନିମ୍ନୋକ୍ତ କଟକଣା ରହିବ । ସମସ୍ତ ଧର୍ମାନୁଷ୍ଠାନ ଏବଂ ସାଧାରଣ ପୂଜା ସ୍ଥାନ ବନ୍ଦ ରହିବ ।
ଆନ୍ତର୍ଜାତୀୟ ଗମନାଗମନ ବନ୍ଦ ରହିବ । କେବଳ ଗୃହ ମନ୍ତ୍ରଣାଳୟଙ୍କ ଅନୁମତିପ୍ରାପ୍ତ ଗମନାଗମନ ହେବ ।

ସିନେମା ହଲ୍, ଜିମ୍ନାସିଅମ୍, ସୁଇମିଂପୁଲ୍, ମନୋରଂଜନ ସ୍ଥାନ, ଥିଏଟର, ଅଡ଼ିଟୋରିଅମ୍, ଅଧିକ ଲୋକ ଏକତ୍ରୀତ ହେଉଥିବା ହଲ୍ ଆଦି ବନ୍ଦ ରହିବ । ସମସ୍ତ ପ୍ରକାର ରାଜନୈତିକ/ସାମାଜିକ/କ୍ରୀଡା/ମନୋରଂଜନ/ଶିକ୍ଷା/ସଂସ୍କୃତି/ଧାର୍ମିକ ସଭାସମିତି ଓ ଉତ୍ସବାନୁଷ୍ଠାନ ବନ୍ଦ ରହିବ ।

ସମସ୍ତ ସ୍କୁଲ, କଲେଜ, ତାଲିମ ଅନୁଷ୍ଠାନ, କୋଚିଂ ସେଣ୍ଟର ଆଦି ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ବନ୍ଦ ରହିବ । ତେବେ ଏସବୁ ସମ୍ବନ୍ଧିତ ପରୀକ୍ଷା ଏବଂ ମୂଲ୍ୟାୟନ ଆଦିକୁ ଅନୁମତି ଦିଆଯିବ ହୋଟେଲ୍ ଏବଂ ରେସ୍ତୋରାଁ ମାନେ ଭାରତ ସରକାରଙ୍କ ପର‌୍ୟ୍ୟଟନ ମନ୍ତ୍ରଣାଳୟ ନିୟାମକ ଅନୁସାରେ କାର‌୍ୟ୍ୟ କରିପାରିବେ । ହୋଟେଲରେ ରେସ୍ତୋରାଁ କେବଳ ଅନ୍ତେବାସୀ ଅତିଥିମାନଙ୍କ ପାଇଁ ଖୋଲା ହେବ ।

ହୋଟେଲ ରେସ୍ତୋରାଁ ମାନେ ଏବଂ ରାସ୍ତା ପାର୍ଶ୍ୱ ଢ଼ାବାମାନେ ହୋମ୍ ଡେଲିଭରି ଦେଇପାରିବେ ଟେକ୍ ୱେ ଫୁଡ ( ଞବଳରଙ୍ଗବଚ୍ଚ ଲକ୍ଟକ୍ଟୟ) ମଧ୍ୟ ଦେଇପାରିବେ । ରାତ୍ରୀ ୯ଟା ଡାରୁ ସକାଳ ୫ ଟା ପର‌୍ୟ୍ୟନ୍ତ ସାରା ରାଜ୍ୟରେ ନାଇଟ୍ କର୍ଫୁ୍ ଜାରି ରହିବ ।

ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡା ଆଦି ୧୦ ଟି ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଆବଶ୍ୟକତା ଅନୁସାରେ କଟକଣା ଜାରି କରିବେ । ଏହି ୧୦ ଟି ଜିଲ୍ଲାରେ ଶନିବାର ଏବଂ ରବିବାର ସଟ୍ ଡାଉନ୍ ଜାରି ରହିବ । ଗ୍ରାମାଞ୍ଚଳରେ ୧୪ ଦିନିଆ ଆନୁଷ୍ଠାନିକ କ୍ୱାରାଣ୍ଟାଇନ୍ ବାଧ୍ୟତାମୂଳକ ହେବ ।

ସହରାଞ୍ଚଳରେ ୧୪ ଦିନିଆ ହୋମ୍ କ୍ୱାରାଣ୍ଟାଇନ୍ ସୁବିଧା ରହିବ । ଅନ୍ୟ ରାଜ୍ୟକୁ ଯାଇ ୭୨ ଘଣ୍ଟା ମଧ୍ୟରେ ଫେରିଥିବା ସରକାରୀ ଅଧିକାରୀ, ବ୍ୟବସାୟୀ, ବୃତ୍ତିଧାରୀ ବ୍ୟକ୍ତିଙ୍କୁ କ୍ୱାରାଣ୍ଟାଇନ୍ ରେ ରହିବାକୁ ପଡିବ ନାହିଁ । ରାଜ୍ୟରେ କୋଭିଡ୍ ପରିଚାଳନା ପାଇଁ ନିମ୍ନ ନିୟମାବଳୀ ବଳବତ୍ତର ରହିବ ସର୍ବସାଧାରଣ ସ୍ଥାନରେ ମାକ୍ସ ପିନ୍ଧିବା ସାମାଜିକ ଦୁରତା ରକ୍ଷାକରିବା, ଗରାଖ ମାନଙ୍କ ମଧ୍ୟରେ ଦୁରତା ରକ୍ଷା କରିବା ଦୋକାନୀମାନଙ୍କ ଦାୟିତ୍ୱ ହେବ ।

ସେଲୁନ୍, ସ୍ପା, ବିଉଟି ପାରଲର୍, ବିଅର ସପ୍ ଆଦିର ମାଲିକମାନେ ସଂପୂର୍ଣ୍ଣ କରୋନା ପ୍ରତିରୋଧ ବ୍ୟବସ୍ଥା କରିବେ । ପ୍ରତି ଲୋକଙ୍କୁ ସେବା ଦେବା ପରେ ସେ ସ୍ଥାନକୁ ସାନିଟାଇଜ୍ କରିବା ତାଙ୍କର ଦାୟିତ୍ୱ ହେବ । ଏହାର ଉଲଘଂନ ପାଇଁ ସଂପୃକ୍ତ ଦୋକାନ ମାଲିକ ଦାୟୀ ରହିବେ ।
କୌଣସି ସ୍ଥାନରେ ୭ ରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେନାହିଁ ।
ବିବାହ ଆଦି କାର‌୍ୟ୍ୟରେ ୫୦ ରୁ ଅଧିକ ଅତିଥି ଯୋଗଦେଇ ପାରିବେ ନାହିଁ ।

ମୃତକଙ୍କ ସଂସ୍କାର କାର‌୍ୟ୍ୟରେ ୨୦ ରୁ ଅଧିକ ଲୋକ ଯୋଗଦେଇ ପାରିବେ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ, ଖଙ୍କାର ପକାଇବା ଦଣ୍ଡନୀୟ ଅପରାଧ ହେବ, ଏବଂ ଏଥି ପାଇଁ ଆଇନ୍ ଅନୁଯାୟୀ ଜୋରିମାନା ଆଦାୟ ହେବ । ସର୍ବସାଧାରଣ ସ୍ଥାନରେ ପାନ, ଗୁଟୁକା, ତମାଖୁ ଓ ମଦ ଆଦି ସେବନ କରିବା ପୂର୍ଣ୍ଣ ଭାବେ ନିଷିଦ୍ଧ ରହିବ ।

ରାଜ୍ୟ ଭିତରେ ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟ ଭିତରେ ଦ୍ରବ୍ୟ ପରିବହନ ଓ ଲୋକମାନଙ୍କର ଯାତାୟତ ପାଇଁ କୌଣସି ଆଗୁଆ ଅନୁମତି ବା ଅନୁମୋଦନ ଦରକାର ହେବନାହିଁ ।

ବିଭିନ୍ନ ଜିଲ୍ଲା ଓ ସହରାଞ୍ଚଳ ସ୍ଥିତି ଅନୁସାରେ ସଂପୃକ୍ତ ଜିଲ୍ଲାପାଳ ବା ପୌର କମିାନର ଆବଶ୍ୟକୀୟ କଟକଣା ଜାରି କରିପାରିବେ ।

୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ୍ ପିଲା ଏବଂ ପୂର୍ବରୁ ବିଭିନ୍ନ ରୋଗରେ ପିଡୀତ ଥିବା ବ୍ୟକ୍ତି ମାନଙ୍କୁ ଘରେ ରହିବା ପାର୍ଇ ପରାମର୍ଶ ଦିଆଯାଇଛି । କେବଳ ଜରୁରୀକାଳୀନ ଚିକିତ୍ସା ବ୍ୟତୀତ ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ ଏହିସବୁ ବ୍ୟକ୍ତି ଘରେ ରୁହନ୍ତୁ ।

Share

Leave a Reply

Your email address will not be published. Required fields are marked *

13 − nine =