ଏଣ୍ଟରଟେନମେଣ୍ଟର ନୂଆ ଠିକଣା ‘ଡଟ୍ ଫେଷ୍ଟ’

ଭୁବନେଶ୍ବର (): ବିଶ୍ବକପ ହକି ମହାକୁମ୍ଭରେ ରାଜ୍ୟର ସୁଆଦିଆ ଖାଦ୍ୟ, କଳା, ସଂସ୍କୃତି, ସାହିତ୍ୟ ଓ ସୌନ୍ଦର୍ଯ୍ୟର ପ୍ରଦର୍ଶନ ପାଇଁ ଆୟୋଜିତ ହେଉଛି ଡଟ୍ ଫେଷ୍ଟ (FETST)  । ଅର୍ଥାତ ଖାଦ୍ୟ, ମନୋରଂଜନ, ଗପ ଓ ପଦଚିହ୍ନ । ନଭେମ୍ବର 30ରୁ ଡିସେମ୍ବର 16 ତାରିଖ ଯାଏଁ ଆୟୋଜିତ ହେବ ଏହି ଡଟ୍ ଫେଷ୍ଟ ।

ଆମୋଦ ପ୍ରମୋଦରେ ସୁଆଦିଆ ଖାଦ୍ୟ ଖାଇବାର ପରମ୍ପରାକୁ ବଜାୟ ରଖିବା ପାଇଁ ଓଡିଶା ମେନ୍ ଏ ହକି ୱର୍ଲଡ କପ୍ – ୨୦୧୮ ଆଣିଦେବ ଏକ ସୁନ୍ଦର ଅବସର । ଆପଣଙ୍କ ପାଟି ସୁଆଦିଆ ଖାଦ୍ୟର ସମ୍ଭାରର ବିପୁଳ ସମାହାର ହେବ ଏହି ଅବସରରେ ।

ପ୍ରାୟ ଦୁଇ ଡଜନରୁ ଅଧିକ ହୋଟେଲ ଖାଦ୍ୟ ବଜାରରେ ଭାଗନେବେ । ସେମାନେ ନିଜର ରନ୍ଦନ ଶୈଳୀକୁ ନାଗରୀକ ଏବଂ ପରିଦର୍ଶକଙ୍କ ନିକଟରେ ଉପସ୍ଥାପନ କରିବା ସହିତ ଏହାର ସୃଜନଶୀଳତାକୁ ଦେଖାଇବେ ନିଜ ଖାଦ୍ୟ ମାଧ୍ୟମରେ । ପ୍ରତ୍ୟେକ ଅଂଶଗ୍ରହଣକାରୀ ହୋଟେଲର ଖାଦ୍ୟ ବଜାରରେ ୪ ପ୍ରକାର ଆର୍ନ୍ତଜାତୀକ ଖାଦ୍ୟ (ତାଲିକା ଅନୁଯାୟୀ), ୪ ପ୍ରକାର ରାଜ୍ୟର ଖାଦ୍ୟ ଏବଂ ୨ ପ୍ରକାର ଓଡିଶା ଷ୍ଟ୍ରିଟ୍ ପୁଂଡ୍ ର ପସରା ଦେଖିବାକୁ ମିଳିବ । ତେବେ ଏହି ଆର୍ନ୍ତଜାତୀକ ଖାଦ୍ୟ ବଜାରରେ ଅଂଶଗ୍ରହଣ କରୁଥିବା ପ୍ରତ୍ୟେକ ଷ୍ଟଲ୍ ମାନଙ୍କରେ ଆର୍ନ୍ତଜାତୀକ, ଜାତୀୟ ଏବଂ ରାଜ୍ୟ (ଓଡିଶା) ଭିତିକ ବ୍ୟବସ୍ଥା ରହିବ ।  ଜଣେ ପରିଦର୍ଶକ ଏଠାକୁ ଆସିଲେ ବିବିଧ ପସନ୍ଦର ଖାଦ୍ୟ ପସରାକୁ ଯାଇପାରିବ ।

ଆଗ୍ରହର ବିଷୟ, ଓଡିଶାରେ ଉପଲବ୍ଧ ଠୁଙ୍କାପୁରୀ,ଛେନା ତରକାରୀ, ଅଣ୍ଡା ଚପ୍, ଚିକେନ୍ ପକୋଡା,କିମା ଚପ୍, ପକୋଡି, ବାଇଗଣୀ, ପିଆଜି, ମୁଗ ପିଆଜି, ଗୁଲୁଗୁଲା, ମଟନ୍ ଚପ୍, ମୁଢି ମସଲା, ଝାଲ୍ ମୁଢି, ଦହିବରା, କାଂଜି ବରା, ଆଳୁଦମ୍, ଚୁଡା କଦମ୍ବା,ମାଲ୍ପୁଆ, ଡାଲମା, ଚିତା ପକୋଡି, •ଟ୍, କଚୋଡି •ଟ୍ ଇତ୍ୟାଦି ମହୋତ୍ସବ ରେ ଉପଲବ୍ଧ ହେବ । ଏଗୁଡିକ ମଧ୍ୟ ଜାତୀୟ ଏବଂ ଆର୍ନ୍ତଜାତୀକ ଖାଦ୍ୟ ଗୁଡିକ ସହିତ ତୁଳନୀୟ ହୋଇ ପାରିବ । ଖାଦ୍ୟ ଛଡା ଷ୍ଟ୍ରିଟ୍ ପେଂଷ୍ଟ, ସେଲ୍ପିଂ ପଏଣ୍ଟ, ଯେଉଁଥିରେ କି ମୁକ୍ତେଶ୍ବର ମନ୍ଦିର ତୋରଣର ପ୍ରତିକୃତି ଶୋଭା ପାଇବ ।

ଖାଦ୍ୟ ବଜାର ସହ ରହିବ ରାଜ୍ୟର କଳା ଓ ସାହିତ୍ୟର ପ୍ରଚାର ପାଇଁ ସୁଯୋଗ । ସୋନା ମହାପାତ୍ର, ବିଶାଲ-ଶେଖର ଯୋଡି, ଅରୁଣା ମହାନ୍ତିଙ୍କ ଭଳି ସୁନାମଧନ୍ୟ କଳାକାର ଏବଂ କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ ଓ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ରାଜ୍ୟର ବିଭିନ୍ନ ପାରମ୍ପାରିକ ଲୋକନୃତ୍ୟ ସାଙ୍ଗକୁ ଅନ୍ୟାନ କଳାର ମଧ୍ୟ ପ୍ରଦର୍ଶନ କରିବେ । ସେହିଭଳି ଭୁବନେଶ୍ବରର ବିଭିନ୍ନ ଦର୍ଶନୀୟ ସ୍ଥାନ ଯେମିତିକି ନନ୍ଦନକାନନ, ଏକାମ୍ର ୱାକ, ଚନ୍ଦକା ନେଚର ୱାକ ଭଳି ପରିଦର୍ଶନର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଉଷଷୀ ମିଶ୍ର, ଅନନ୍ତ ମହାପାତ୍ର, ପ୍ରାଚୀତାରା ମିଶ୍ର, ଗୌରାଙ୍ଗ ଦାସ, କୁନା ତ୍ରିପାଠୀ, ମହେନ୍ଦ ମିଶ୍ରଙ୍କ ସମେତ ଏବଂ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ସରସ ଓ ସୁନ୍ଦର ଭାବେ ଗପ କହିପାରୁଥିବା ବ୍ୟକ୍ତିମାନେ ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଗପ କହିବେ । ସେଥିପାଇଁ ମଧ୍ୟ ସମୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ଏସବୁ କାର୍ଯ୍ୟକ୍ରମର ସମାହାରରେ ପ୍ରସ୍ତୁତ ହୋଇଛି ଡଟ୍ ଫେଷ୍ଟ ।

Share

Leave a Reply

Your email address will not be published. Required fields are marked *

16 + one =