ଓଡ଼ିଆ ବାୟୁସେନା ଅଧିକାରୀ ଦିଲ୍ଲୀପ ପଟ୍ଟନାୟକଙ୍କୁ ମେଡାଲ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରାଜ୍ୟ ପାଇଁ ଏକ ଖୁସି ଖବର ଆଣିଛନ୍ତି ଜଣେ ଓଡ଼ିଆ ବାୟୁସେନା ଅଧିକାରୀ । ଓଡ଼ିଆ ବାୟୁସେନା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏୟାର ଭାଇସ୍ ମାର୍ଶାଇ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି । ଗତ ମାସରେ ଦିଲ୍ଲୀପଙ୍କୁ ସମ୍ମାନଜନକ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର କମାଣ୍ଡିଂ ଅଫିସର ଇନ୍ ଚିଫ୍ ପଦରେ ଅବସ୍ଥାପିତ କରାଯାଇଥିଲା । ସେ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୧ ଓ ଡିଏମ ସ୍କୁଲରୁ ଶିକ୍ଷା ଲାଭ କରିଥିଲେ । ୧୯୯୯ର କାରଗିଲ ଯୁଦ୍ଧରେ ସାହସିକତା କାର୍ଯ୍ୟ ପାଇଁ ତାଙ୍କୁ ବାୟୁ ସେନା ମେଡାଲ ମଧ୍ୟ ପ୍ରଦାନ କରାଯାଇଥିଲା ।

ସେ ଗତ ୧୯୮୪ ମସିହା ଜୁନ ୮ ତାରିଖରେ ଇଣ୍ଡିଆନ ଏୟାର ଫୋର୍ସରେ ଫାଇଟର ଷ୍ଟ୍ରିମରେ ନିଯୁକ୍ତି ପାଇଥିଲେ । ସୂଚନାଯୋଗ୍ୟ ଯେ, ଆଜି ରାଷ୍ଟ୍ରପତି ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ଭର୍ଥମାନଙ୍କୁ ବୀର ଚକ୍ର ସମ୍ମାନରେ ମଧ୍ୟ ସମ୍ମାନ କରିଛନ୍ତି । ମରଣୋତ୍ତର ଭାବେ ସାପର ପ୍ରକାଶ ଯାଧବଙ୍କୁ କୀର୍ତ୍ତି ଚକ୍ର, ମେଜର ବିଭୂତି ଶଙ୍କର ଧଉଣ୍ଡିଆଲଙ୍କୁ ଶୌର୍ଯ୍ୟ ଚକ୍ର, ନାଏବ ସୁବେଦାର ସୋମ୍ବିରଙ୍କୁ ଶୌର୍ଯ୍ୟ ଚକ୍ର ମେଡାଲ ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଅନିଲ ଚୌହାନ, ଇଞ୍ଜିନିୟର ଇନ୍ ଚିଫ ହରପାଲ ସିଂ, ଭାଇସ୍ ଆଡମିରାଲ ଅନିଲ ଚାୱଲାଙ୍କୁ ପରମ ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × two =