ତାଳଚୁଆ ମେରାଇନର ସ୍ଥିତି ସମୀକ୍ଷା କଲେ ଡିଆଇଜି ଆଶିଷ ସିଂ

ଭୁବନେଶ୍ବର() ତୀବ୍ର ଗତିରେ ମାଡ଼ି ଆସୁଛି ମହାବାତ୍ୟା ଅମ୍ଫନ । ପାରାଦୀପଠାରୁ ୪୮୦କିଲୋମିଟର ଦୂରରେ ରହିଛି ମହାବାତ୍ୟା । ଉପକୂଳ ମୁହାଁ ହେଉଛି ଅମ୍ପନ । ଗତ ୬ଘଣ୍ଟା ଧରି ୧୫ କିଲୋମିଟର ବେଗରେ ଗତି କରୁଛି ଅମ୍ଫନ । ଏବେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ମହାବାତ୍ୟା ।

ଏଭଳି ପରିସ୍ଥିତିରେ ତାଳଚୁଆ ମେରାଇନର ସ୍ଥିତି ସମୀକ୍ଷା କରିଛନ୍ତି ଡିଆଇଜି ଆଶିଷ ସିଂ, କେନ୍ଦ୍ରାପଡା ଏସ୍ପି ନୀତିଶେଖର ଓ ତାଳଚୁଆ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ୍ । ତାଳଚୁଆ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିବା ସହିତ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସହିତ ବାତ୍ୟା ଆଶ୍ରୟ ସ୍ତଳୀକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 2 =