Friday, October 30, 2026
Latestରାଜନୀତି

କଂଗ୍ରେସ ଛାଡିଲେ କେ. ସୁରିୟା ରାଓ

ଭୁବନେଶ୍ବର()   କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ କେ. ସୁରିୟା ରାଓ।ସେ ରାହୁଲ ଗାନ୍ଧିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଟିକେଟ ବିଳମ୍ବରେ ମିଳିଥିବାରୁ ପ୍ରଚାର ପାଇଁ ସମୟ ମିଳିନଥିଲା ଯାହା ପାଇଁ ସେ ପରାଜୟ ହୋଇଥିଲେ ବୋଲି କହିଛନ୍ତି ରାଓ ।

ଦଳର ବିପର୍ୟ୍ୟୟ ପାଇଁ କାରଣ ଖୋଜିବା ନାଁରେ ଏକ ବୈଠକ ଡାକି ସେ ଏହି ସୂଚନା ଦେଇଛନ୍ତି। କଂଗ୍ରେସର ପରାଜୟ ପାଇଁ ଖୋଦ କଂଗ୍ରେସ ନେତୃତ୍ୱ ହିଁ ଦାୟୀ, ସମସ୍ତେ ଏକାଠି ନହେଲେ କଂଗ୍ରେସ ବିଜୟ ସ୍ୱପ୍ନ ଦେଖିବା ବୃଥା ବୋଲି ସେ କହିଛନ୍ତି।

ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ବିଶେଷକରି ଗୁମ୍ମା ବ୍ଳକ କଂଗ୍ରେସର ଦୁର୍ଗ ଭାବେ ପରିଗଣିତ ହେଉଥିଲା। ତେବେ ଚଳିତ ନିର୍ବାଚନରେ ଯେଉଁ ଭଳି ସ୍ଥିତି ହେଲା, ସେଥିରେ କଂଗ୍ରେସର ପୁରୁଣା ଗଡ଼ ଭାଙ୍ଗି ଯାଇଥିବା କେ. ସୁରିୟା ରାଓ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

four × four =