ଯଥା ସମ୍ଭବ ବିଦ୍ୟୁତ୍ ସମସ୍ୟାକୁ ଦୂର କରାଯିବ

ଭୁବନେଶ୍ୱର() ବାତ୍ୟା ଯୋଗୁ ଉପୁଡିପଡିଥିବା ଗଛ ଓ ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କାର୍ୟ୍ୟ ଚାଲିଛି । ଖୁବ ଶୀଘ୍ର ଯେଉଁଠାରେ ସମ୍ଭବ ସେଠାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିଲେ । ପ୍ରଭାବିତ ସ୍ଥାନରେ ଉପଯୁକ୍ତ ପରିମାଣର ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି । ତେଣୁ ଯଥା ସମ୍ଭବ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସମସ୍ୟାକୁ ଦୂର କରାଯିବ ।

ଅନ୍ୟପଟେ ବର୍ଷା ପବନ ଯୋଗୁ ଗଛ ଉପୁଡିପଡିଥିବାରୁ ବିଦ୍ୟୁତ୍ ସଂଯୋଗ କାଟିଦିଆଯାଇଥିଲା । ଜନଜୀବନର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିଲ କିନ୍ତୁ ଏବେ ପ୍ରଭାବ କମିବା ପରେ ବିଦ୍ୟୁତ ସଂଯୋଗ କାମ ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 × four =