Friday, October 30, 2026
Latestରାଜ୍ୟ

ସଙ୍କଟ ସମୟରେ ରୋଜଗାର ସୃଷ୍ଟି କରିବା ଏକ ବଡ ପଦକ୍ଷେପ

ଭୁବନେଶ୍ୱର() ପ୍ରଧାନମନ୍ତ୍ରୀ ପୁର୍ବ ଭାରତର ସମଗ୍ର ବିକାଶକୁ ପ୍ରାଥମିକତା ଦେଇ ଓଡିଶାର ୪ଟି ଜିଲ୍ଲା ଗଞ୍ଜାମ, ଭଦ୍ରକ ବଲାଙ୍ଗିର ଏବଂ ବାଲେଶ୍ୱରକୁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ସହ ଯୋଡିଛନ୍ତି । ଯଦ୍ୱାରା ଏହି ଜିଲ୍ଲାର ଶ୍ରମିକ ତଥା ପ୍ରବାସୀ ଶ୍ରମିକମାନେ ରୋଜଗାର ପାଇପାରିବେ ଏବଂ ସେମାନଙ୍କର ଜୀବନଜୀବିକାରେ ପରିବର୍ତ୍ତନ ଆସିବ । ଏଥିପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । କରୋନାର ଏହି ସଙ୍କଟ ସମୟରେ ରୋଜଗାର ସୃଷ୍ଟି କରି ପ୍ରତ୍ୟେକ ଘର ଓ ସବୁ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚାଇବା ଦିଗରେ ଏହି ଅଭିଯାନ ବହୁତ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଳେଖଯୋଗ୍ୟ ଯେ ପ୍ରବାସୀ ଶ୍ରମିକଙ୍କ ପାଇଁ ଗରିବ କଲ୍ୟାଣ ଯୋଜନାର ଶୁଭାରମ୍ଭ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ଆଜି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇବାରେ ଏହି ଯୋଜନା ସହାୟକ ହେବ । ଓଡ଼ିଶା ସମେତ ୬ଟି ରାଜ୍ୟର ୧୧୬ ଗ୍ରାମୀଣ ଜିଲ୍ଲାରେ ଏହି ଅଭିଯାନ ଚାଲିବ ।୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରିମକଙ୍କୁ ଏହି ନିଯୁକ୍ତି ମିଳିବ । କୁଶଳୀ ଶ୍ରମିକମାନଙ୍କର ଦକ୍ଷତା ଓ ତାଲିମ ଭିତ୍ତିରେ ନିଯୁକ୍ତି ମିଳିବ ।

Share

Leave a Reply

Your email address will not be published. Required fields are marked *

five × three =