ତଦନ୍ତକାରୀ ସଂସ୍ଥା ସହାୟତ ମାଗିଲେ ଓଡିଶା ପୋଲିସ ସମ୍ପୂର୍ଣ୍ଣ ସହାୟତ କରିବ

ଭୁବନେଶ୍ୱର()  ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଆହୁରୀ ଛନ୍ଦି ହେବାରେ ଲାଗିଛି । ସିବିଆଇ ଏହାର ଜୋରଦାର ତଦନ୍ତ ଚଳାଇଥିବା ବେଳେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ ଥିବା ଚର୍ଚ୍ଚା ଜୋର ଧରିଛି । ଏଭଳି ପରିସ୍ଥିତିରେ ଡିଜିପି ଅଭୟ ନିଜର ପ୍ରତିକ୍ରିିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ ଏହି ମାମଲାର ତଦନ୍ତ ସ୍ୱତନ୍ତ୍ର ସଂସ୍ଥା ବା ଏନସିପି କରୁଛି, ସେନେଇ ଆମେ କିଛି କହିପାରିବୁ ନାହିଁ । ଆମ ସହ ଏ ପ୍ରସଙ୍ଗରେ ଯୋଗାଯୋଗ କରାଯାଇନାହିଁ । ତଦନ୍ତକାରୀ ସଂସ୍ଥା ସହାୟତ ମାଗିଲେ ଓଡିଶା ପୋଲିସ ସମ୍ପୂର୍ଣ୍ଣ ସହାୟତ କରିବ ବୋଲି ଡିଜିପି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × three =