Friday, October 30, 2026
Latestରାଜ୍ୟ

ବଜ୍ରପାତରେ ୨ମୃତ, ୩ଆହତ

କଟକ()  କଟକ ଜିଲ୍ଲାରେ ବଜ୍ରପାତରେ ଦୁଇଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ମାଳଦା ଗାଁର ଜଳଧର ଦାସ ଓ ଓରତି ଗାଁର ମହେଶ୍ୱର କାଣ୍ଡି । ଆଜି ବିଲରେ କାମ କରୁ ଥିବା ବେଳେ ବଜ୍ରପାତ ହେବାରୁ ଉଭୟ ଚେତା ହରାଇ ପଡ଼ିଯାଇ ଥିଲେ। ତାଙ୍କୁ ଉଦ୍ଧାର କରାଯାଇ ନିଶ୍ଚିନ୍ତକୋଇଲି ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ଆଉ କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ବର୍ଷା ଓ ବଜ୍ରପାତ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

three × 3 =