ଦେଶରେ ପଞ୍ଚମ କରୋନା ମୃତ୍ୟୁ

ରାଜସ୍ଥାନ() ସାରା ବିଶ୍ୱରେ କରୋନାର ଆତଙ୍କ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଭାରତରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ଦେଶରେ ଏହା ପଞ୍ଚମ ମୃତ୍ୟୁ । ଜୟପୁରରେ କରୋନା ସଂକ୍ରମିତ ମହିଳା ଜଣକ ଶେଷରେ ମୃତ୍ୟୁ ବରଣ କରିଛନ୍ତି । ତେବେ ଜଣେ ୬୯ ବର୍ଷୀୟ ଇଟାଲୀୟ ମହିଳା କରୋନାରେ ସଂକ୍ରମିତ ହୋଇ ଫୋର୍ଟିସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସେହିପରି ବର୍ତ୍ତମାନ ସୁଦ୍ଧା ଏଥିରେ ୯,୮୮୧ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖୀ ୨,୪୨,୦୦୦ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ଏହାରି ମଧ୍ୟରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୧୯୫କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ୧୬୩ ଜଣ ଭାରତୀୟ ହୋଇଥିବା ବେଳେ ବାକି ବିଦେଶୀ ବୋଲି ଜଣାପଡିଛି ।

ଏପଟେ ଓଡିଶାରେ ପୁଣି ଜଣେ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି । ଗତକାଲି ଆରଏମଆରସିକୁ ପଠାଯାଇଥିବା ୧୪ଟି ନମୂନା ମଧ୍ୟରୁ ଗୋଟିଏ ପଜିଟିଭ୍ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୟୁରୋପର ଏକ ଦେଶରେ ପାଠ ପଢ଼ୁଥିବା ବେଳେ ବୁଧବାର ଓଡିଶା ଫେରିବା ପରେ ନିଜଆଡୁ ସରକାରଙ୍କ ପୋର୍ଟାଲରେ ନାଁ ପଞ୍ଜୀକରଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

15 + 15 =