ଗାଧୋଇବାକୁ ଯାଇଥିବା ବେଳେ ଜଣେ ମୃତ

କନ୍ଧମାଳ:ବାଲିଗୁଡ଼ା ଥାନା ମହାସିଙ୍ଗ ଖଡଗ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ମହାସିଙ୍ଗ ଗ୍ରାମର ସୁବାସ ଗାଉଁଟିଆ। ସୂଚନାଅନୁସାରେ , ଆଜି ସକାଳେ ମୃତ ସୁବାଷ ମହାସିଙ୍ଗ ଗ୍ରାମ ଦେଇ ଯାଇଥିବା ଖଡଗ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ଅସାବଧାନତା କାରଣରୁ ତାଙ୍କ ଗୋଡ ଖସିଯାଇଥିଲା ଫଳରେ ନଦୀରେ ବୁଡି ଯାଇଥିଲେ ଓ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ବାଲିଗୁଡା ପୋଲିସ ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ଉଭୟ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ସୁଭାଷଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି। ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Share

Leave a Reply

Your email address will not be published. Required fields are marked *

17 + 20 =