ସନ୍ଦେହଘେରରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ସନ୍ଦେହଘେରରେ ଯୁବକଙ୍କ ମୃ୍‌ତ୍ୟୁ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ରାଜଧାନୀ ଭୁବନେଶ୍ୱରର କଳ୍ପନାଛକରେ ଥିବା ଏକ ଜିମରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ମୃତ ଯୁବକ ଜଣକ ହେଲେ ରଞ୍ଜିତ ନାୟକ । ତାଙ୍କ ଘର ୟୁନିଟ୍ ୬ ଅଞ୍ଚଳରେ ବୋଲି ଜଣାପଡ଼ିଛି । ରଞ୍ଜିତ ଜିମ୍‌ରେ ସିକ୍ୟୁରିଟିଭାବେ କାମ କରୁଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ରଞ୍ଜିତଙ୍କ ମୃତ୍ୟୁ କେମିତି ହୋଇଛି ତାହା ସନ୍ଦେହଘେରରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନାଁ କେହି ହତ୍ୟା କରିବା ପରେ ଟଙ୍ଗାଇ ଦେଇ ଆତ୍ମହତ୍ୟାର ରୂପଦେଇଛି ତାହା ସ୍ପଷ୍ଟ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

five × three =