ପୋକ୍ସୋ ଓ ଅନ୍ୟ ଦଫାରେ ମାମଲା ରୁଜୁ

କଟକ() କଟକ ଚାଉଳିଆଗଂଜ ଥାନା ଅଂଚଳରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ କଟକ ଡିସିପି ଆଜି ନିଜର ପ୍ରତିକ୍ରିୟା ରଖିଛନ୍ତି ।
 
ସେ କହିଛନ୍ତି ଯେ, ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ପୀଡ଼ିତାଙ୍କୁ ଉଦ୍ଧାର କରି ବସୁନ୍ଧରା ଚାଇଲ୍ଡ ଲାଇନରେ ରଖାଯାଇଛି ।  ପୀଡ଼ିତାଙ୍କର ୧୬୧ ଓ ୧୬୪ ବୟାନ ରେକର୍ଡ ହୋଇଛି ।  ପୀଡ଼ିତାଙ୍କ ଡାକ୍ତରୀ ମାଇନା ଶେଷ ହୋଇଛି ।  ପୀଡ଼ିତାଙ୍କୁ କ୍ଷତିପୂରଣ ସହ ମାମଲା ନେଇ ଶୀଘ୍ର ଚାର୍ଜସିଟ  ହେବ ।  ଚାଉଳିଆଗଞ୍ଜ ଥାନାରେ ପୋକ୍ସୋ ଓ ଅନ୍ୟ ଦଫାରେ ମାମଲା ହୋଇଛି ।  ଅଭିଯୁକ୍ତ  ସନ୍ତୋଷ ବେହେରା ନାବାଳିକାଙ୍କୁ ଓଏମପିରୁ ନେଇଥିଲା ।  ପ୍ରଲୋଭନ ଦେଖାଇ ସନ୍ତୋଷ ନାବାଳିକାଙ୍କୁ ଭୁଲାଇ ନେଇଥିଲା ।  ସନ୍ତୋଷ ନାବାଳିକାଙ୍କୁ ରାକେଶ ରାଉତର ଚିକେନ ଦୋକାନକୁ ନେଇଥିଲା ।  ଉଭୟେ ୨୦/୨୨ ଦିନ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ କହିଥିବା ନେଇ ଡିସିପି କହିଛନ୍ତି ।  ତେବେ ସ୍ପଟ ଯାଞ୍ଚ କରି ତଥ୍ୟ ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

eleven − seven =