କେନ୍ଦ୍ରର କରୋନା ରଣନୀତି: ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ୱର: କରୋନା ଲେଉଟାଣି ନେଇ ଚିନ୍ତାରେ କେନ୍ଦ୍ର ସରକାର |ସେପଟେ ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ସରକାର ମଧ୍ୟ ସକ୍ରିୟ ହୋଇ ଉଠିଛନ୍ତି। ସଂକ୍ରମଣକୁ କେମିତି ରୋକାଯାଇ ପାରିବ ସେ ନେଇ ପ୍ରସ୍ତୁତି ସହିତ ପଦକ୍ଷେପ ନେବା ଆରମ୍ଭ ହୋଇ ଯାଇଛି। କରୋନାର ଦ୍ଵିତୀୟ ଲହରକୁ ନେଇ ମଙ୍ଗଳବାର ସମସ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର । ଲେଉଟାଣି ଲହର ନେଇ ସତର୍କ ସହ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ।

ତେଣୁ କଣ୍ଟେନମେଣ୍ଟ ଜୋନ କରିବା ପାଇଁ କେନ୍ଦ୍ର ପରାମର୍ଶ ଦେଇଛି । ଯେଉଁଠି ଅଧିକ ସଂଖ୍ୟାରେ ସଂକ୍ରମଣ ହେଉଛି ସେଠାରେ ବଡ କଣ୍ଟେନମେଣ୍ଟ ଜୋନ୍ କରିବାର ଆବଶ୍ୟକତା ରହିଛି । ଏହାର ସ୍ପଷ୍ଟ ଭାବରେ ସୀମା ନିର୍ଦ୍ଧାରଣ ହୋଇଥିବ ଏବଂ କଟକଣାକୁ କଡାକଡି କରିବାର ଆବଶ୍ୟକତା ରହିଛି ।ଚିଠିରେ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର ପାଇଁ ଜନ ସାଧାରଣକୁ ସଚେତନ କରାଯାଉ ବୋଲି କହିଛନ୍ତି। କେବଳ ଟେଷ୍ଟ ନୁହେଁ, ଟ୍ରିଟ୍, ଟ୍ରାକ୍ ନୀତି ଆପଣେଇ ସଂକ୍ରମଣ ଉପରେ ରୋକ୍ ଲଗାଇବା ଦିଗରେ କାର୍ଯ୍ୟ କରନ୍ତୁ ରାଜ୍ୟ। ଡିଷ୍ଟିକ ଆକ୍ସନ ପ୍ଲାନ କରି ତୁରନ୍ତ ପଦକ୍ଷେପ ନିଅନ୍ତୁ। ଜିଲ୍ଲାରେ ଏମରଜେନ୍ସି ଅପରେସନ ସେଣ୍ଟର କରିବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜ୍ୟ ସଚିବଙ୍କୁ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

four + 4 =