Friday, October 30, 2026
Latestରାଜ୍ୟ

୧୩, ୧୪ରେ ମା’ଙ୍କ ସାଧାରଣ ଦର୍ଶନ ବନ୍ଦ

କେନ୍ଦୁଝର: ଦୁଇ ଦିନ ବନ୍ଦ ରହିବ ଘଟଗାଁ ମା ତାରିଣୀଙ୍କ ଦର୍ଶନ। ଏପ୍ରିଲ୍‌ ୧୩, ୧୪ରେ ମା’ଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି। ଘଟଗାଁ ମା ତାରିଣୀଙ୍କ ଚଇତି  ପର୍ବ ପାଇଁ ଗାଇଡ୍‌ଲାଇନ୍‌ ଆସିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏହି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ମା’ଙ୍କ ପ୍ରସିଦ୍ଧ ଚଇତି ଯାତ୍ରା ଏପ୍ରିଲ ୯ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ତେବେ କରୋନା ସଂକ୍ରମଣକୁ ନଜରରେ ରଖି ମନ୍ଦିର ପ୍ରଶାସନ ଗାଇଡ୍‌ଲାଇନ୍‌ ଜାରି କରିଛି । ଏପ୍ରିଲ୍ ୯ ତାରିଖରୁ ଏପ୍ରିଲ୍ ୧୨ ତାରିଖ ଓ ୧୫ ତାରିଖରେ ଶ୍ରଦ୍ଧାଳୁ ମାନେ କେବଳ ମାଙ୍କ ଦର୍ଶନ କରିପାରିବେ। ଏପ୍ରିଲ୍ ୧୩ ଓ ୧୪ ତାରିଖ ସାଧାରଣ ଦର୍ଶନ ବନ୍ଦ ଓ ସମସ୍ତ ସାଂସ୍କୃତିକ କାର୍ଯକ୍ରମକୁ ବାତିଲ୍ କରିଛି ମନ୍ଦିର ପ୍ରଶାସନ। ଏହି ଚଇତି ପର୍ବ ୭ ଦିନ ଧରି ପାଳିତ ହୋଇଥାଏ |

Share

Leave a Reply

Your email address will not be published. Required fields are marked *

sixteen − 8 =