ମାଡିଆସୁଛି ଫୋନି, ଆଶଙ୍କାରେ ଓଡିଶା

ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଥିବା ଫୋନି ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ୩ ତାରିଖ ସଂଧ୍ୟାରେ ପୁରୀ ନିକଟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୭୫ରୁ ୧୮୫ କିଲୋମିଟର ରହିବାର ଆଶଙ୍କା କରାଯାଉଛି।

ଆଉ ସବୁଠାରୁ ବଡ କଥା ହେଉଛି ସମୁଦ୍ରରୁ ଦେଢ ମିଟର ଉଚ୍ଚର ଜୁଆର ମାଡି ଆସିବ । ପବନ ସହ ଅତି ପ୍ରବଳ ବର୍ଷା ଲାଗି ରହିବ । ୨ରୁ ୪ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରରେ ବ୍ୟାପକ କ୍ଷତି ଘଟିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହା ସହ କେନ୍ଦ୍ରାପଡା, ଭଦ୍ରକ, ଯାଜପୁର, ବାଲେଶ୍ୱର ବି ବ୍ୟାପକ କ୍ଷତି ଘଟିବ । କଚା ଘର, ପୁରୁଣା କୋଠା ଘର, ବିଜୁଳି ଖୁଣ୍ଟ, ଗଛ ଭାଙ୍ଗିବାର ମଧ୍ୟ ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି । ଆସନ୍ତାକାଲି ଅର୍ଥାତ ୧ ତାରିଖ ସୁଦ୍ଧା ସବୁ ମତ୍ସ୍ୟଜୀବୀ ସମୁଦ୍ରରୁ ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି ।

ଆଗକୁ ବଢୁଛି ଫୋନି, ଆଶଙ୍କାରେ ଓଡିଶା । ଓଡିଶା ମୁହାଁ ହେଉଛି ବାତ୍ୟା ଫୋନି । ଘଂଟାକୁ ୨୨ କିଲୋମିଟର ବେଗରେ ଏହା ଗତି କରୁଛି । ୩ ତାରିଖ ସଂଧ୍ୟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପୁରୀରୁ ୮୦୦ କିଲୋମିଟର ଦୂରରେ ରହିଛି ଏହି ସାମୂଦ୍ରିକ ଝଡ ଫୋନି ।

ସ୍ଥଳଭାବ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୧୭୫ ରୁ ୧୮୫ କିଲୋମିଟର ରହିବ । ଏହା ୨୦୫ ମଧ୍ୟ ଛୁଇଁପାରେ । ଏବେ ଫୋନି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ସାରିଛି । ଗତ ୬ ଘଂଟା ହେବ ଫୋନି ବର୍ତ୍ତମାନ ସମୁଦ୍ର ଭିତରେ ଘଂଟା ପ୍ରତି ୨୩ କିଲୋମିଟର ବେଗରେ ଗତି କରୁଛି ।

Share

Leave a Reply

Your email address will not be published. Required fields are marked *

nine + nineteen =