11 ଉପକୂଳ ଜିଲ୍ଲାରୁ ଉଠିଲା ଆଚରଣ ବିଧି

ଭୁବନେଶ୍ବର () ବାତ୍ୟା ଫନି ଯୋଗୁଁ ସମ୍ଭାବ୍ୟ କ୍ଷୟକ୍ଷତିର ମୁକାବିଲା ଏବଂ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ 11ଟି ଜିଲ୍ଲାରୁ ମୁଖ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିକୁ ଉଠାଇ ଦେଇଛନ୍ତି । ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ମୁଖ୍ୟ ଶାସନ ସଚିବ ଏବଂ ବାତ୍ୟା ଆଶଙ୍କାରେ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି ।

ଫନି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ଥିବାରୁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଆଦର୍ଶ ଆଚରଣ ବିଧି ଉଠାଇବାକୁ ଅନୁରୋଧ କରିଥିଲେ । ତଦନୁଯାୟୀ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ମୟୁରଭଂଜ, ଗଜପତି, ଗଂଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ଆଚରଣ ବିଧିକୁ ଉଠାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ରାଜ୍ୟ ସରକାରଙ୍କ ସ୍କ୍ରିନିଂ କମିଟି ମଧ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ।

ଏହି ବାତ୍ୟା ଭୟଙ୍କରତାକୁ ଦେଖିଲେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା କରାଯାଉଛି । ଏଥିପାଇଁ ଆଗୁଆ ସତର୍କତା ମୂଳକ ପଦକ୍ଷେପ ସହ ବ୍ୟାପକ ରିଲିଫ ଓ ଥଇଥାନ କାର୍ଯ୍ୟର ଆବଶ୍ୟକତା ରହିଛି । ହେଲେ ଚଳିତ ନିର୍ବାଚନ ପାଇଁ ଏବେ ସାରା ରାଜ୍ୟରେ ଆଦର୍ଶ ଆଚରଣ ବିଧି ବଳବତ୍ତର ରହିଛି, ଯଦିଓ ଓଡିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ 29 ତାରିଖରେ ଶେଷ ହୋଇଛି । ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ରିଲିଫ ଓ ଥଇଥାନ କାର୍ଯ୍ୟକୁ ତ୍ବରାନ୍ବିତ କରିବା ସହ ଧନଜୀବନ ହାନିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଉପକୂଳ ଓଡିଶାରୁ ଆଦର୍ଶ ଆଚରଣ ବିଧିକୁ କୋହଳ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × five =