ଦାଦା ବଟିକୁ ନା’

ଭୁବନେଶ୍ୱର() କମିସନରେଟ୍ ପୋଲିସର ନୂଆ କାର୍ଯ୍ୟକ୍ରମ ‘ ଦାଦା ବଟିକୁ ନା’ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, ‘ ଦାଦାବଟିକୁ ଟ୍ୱିନସିଟିରେ କଦାପି ପ୍ରଶୟ ଦିଆଯିବ ନାହିଁ । ଦାଦାବଟି ବିରୋଧରେ ହେଲପ ଲାଇନ ନମ୍ବର ଜାରି କରାଯିବ । ଯେଉଁ ଥାନା ଅଧିକାରୀ ଭଲ କାମ କରିବେ ତାଙ୍କୁ ପୁରସ୍କୃତ କରାଯିବ । ଅପରାଧୀଙ୍କମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଧଳସାମନ୍ତ ଗ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟ୍ୱିନସିଟି ବାସିନ୍ଦାଙ୍କ ସହେଯାଗ ସମର୍ଥନ ଜରୁରୀ । ଟ୍ୱିନସିଟିକୁ ଦାଦାବଟି ମୁକ୍ତ ସହର କରିବା ଆମର ଲକ୍ଷ୍ୟ ରହିଛି । ଲୋକମାନଙ୍କ ନିକଟରେୁ ବିଶ୍ୱାସ ସୃଷ୍ଟି କରାଯିବ । ’

Share

Leave a Reply

Your email address will not be published. Required fields are marked *

thirteen + 2 =