ଶ୍ୱେତାଙ୍କ ଆଉ ଏକ ହ୍ୱାଟସଆପ୍ ଚାର୍ଟ ଭାଇରାଲ

ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମତହ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେଉଛି । ପୁଲିସ ସୌମ୍ୟଜିତ୍‌ଙ୍କୁ ଗିରଫ କରୁନଥିବା ବେଳେ ତାଙ୍କ ବିରୋଧରେ ପ୍ରତିଦିନ ପୁଲିସ ହାତରେ ଏକାଧିକ ପ୍ରମାଣ ଲାଗୁଛି । ରବିବାର ସୌମ୍ୟଜିତ୍‌ଙ୍କ ବିରୋଧରେ ଆଉ ଏକ ପ୍ରମାଣ ଲାଗିଛି । ଶ୍ୱେତାଙ୍କ ଆଉ ଏକ ହ୍ୱାଟ୍ସଆପ୍ ଚାର୍ଟ ସାମ୍ନାକୁ ଆସିିଛି । ଯେଉଁଥିରେ ଶ୍ୱେତା ଆଉ ଜଣେ ଯୁବତୀଙ୍କୁ ସୌମ୍ୟଜିତ୍‌ଙ୍କ ବିଷୟରେ କହିଛନ୍ତି । ଏପରିକି କିଭଳି ନୂଆ ନୂଆ ଝିଅଙ୍କୁ ସୌମ୍ୟଜିତ ଭଲ ପାଇ ଧୋକା ଦିଅନ୍ତି ସେନେଇ ସମ୍ପୃକ୍ତ ଯୁବତୀଙ୍କୁ କହିଥିବା ଜଣାଯାଇଛି । ଶ୍ୱେତା ଉକ୍ତ ଚାର୍ଟରେ ଲେଖିଛନ୍ତି ଯେ,ସୌମ୍ୟଜିତଙ୍କ ଫାସରେ ଫସି ଯାଅନି । ପ୍ରଥମେ ସୌମ୍ୟଜିତ୍ ମିଠା କଥା କହି ଜାଲରେ ଫସେଇବ, ତା’ ପରେ ତୁମ ଗୁଣକୁ ନେଇ ପ୍ରଶଂସା କରିବ । ତା’ ପରେ ସମ୍ପର୍କ ନିବିଡ଼ କରିବାକୁ ଜାଲ ବୁଣିବ ।

ଏହା ପରେ ତୁମକୁ ଓ ତୁମର ପଇସା ଏବଂ ତୁମକୁ ଅଦରକାରୀ କରି ଛାଡ଼ି ଦେବ । ପୂର୍ବରୁ ଅନେକ ଝିଅଙ୍କୁ ଏମିତି କରିଛି ସୌମ୍ୟ । ଏଭଳି ଢଙ୍ଗରେ ଶ୍ୱେତା ଅନ୍ୟ ଜଣେ ଯୁବତୀଙ୍କୁ ମେସେଜ୍ କରି ସଚେତନ କରିଥିବା ଦେଖିବାକୁ ମିଳିଛି । ଏଥିସହ ଶ୍ୱେତାଙ୍କୁ ମଧ୍ୟ ସୌମ୍ୟଜିତ୍ ନିର୍ଯାତନା ଦେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ଶ୍ୱେତାଙ୍କୁ ସେ ଜବରଦସ୍ତି ଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଥିବା ଜଣାପଡ଼ିଛି । ଆହୁରି ମଧ୍ୟ ଚାକିରି ଛାଡ଼ିବା ପରେ ସୌମ୍ୟଜିତ୍ ତାଙ୍କ ସହ ରହୁଥିଲେ । ଏହି ସମୟରେ ସେ ନିର୍ଯାତନା ଦେବା ସହ ଟଙ୍କା ନେଉଥିଲେ । ଏତିକିରେ ତାଙ୍କ ମନ ଭରିନଥିଲା । ଶ୍ୱେତା ଟଙ୍କା ଦେବା ବନ୍ଦ କରି ଦେବା ପରେ ଅନ୍ୟ ଯୁବତୀଙ୍କୁ ଫସାଇଥିଲେ । ଜଣେ ନୁହେଁ ଏକାଧିକ ଯୁବତୀଙ୍କ ସହ ସୌମ୍ୟ ସମ୍ପର୍କ ରଖିଥିବା ଶ୍ୱେତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଭଲ ପାଇବା ବାହାନାରେ ପ୍ରେମରେ ଫସାଇ ଟଙ୍କା ଲୁଟିବା ଥିଲା ସୌମ୍ୟଜିତ୍‌ଙ୍କ କାମ । ତେଣୁ ସୌମ୍ୟଜିତ୍ ଫସାଇଥିବା ଏକାଧିକ ଯୁବତୀଙ୍କୁ ସଚେତନ କରୁଥିଲେ ଶ୍ୱେତା ।

Share

Leave a Reply

Your email address will not be published. Required fields are marked *

8 − three =