ଆଜି ୪୩୫୬ ପଜିଟିଭ, ଖୋର୍ଦ୍ଧାରୁ ୯୦୨

ଭୁବନେଶ୍ୱର()  ରାଜ୍ୟରେ ଆଜି ୪୩୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮୨୭ ଟି ଲୋକାଲ କେସ ରହିଛି  । ଏହି ୪୩୫୬ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨ ରେ ପହଞ୍ଚିଛି । ତେବେ ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୦୨ ଜଣ ଚିହ୍ନଟ ହୋଇଛନ୍ତି  ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୧୯୭, ବାଲେଶ୍ୱର ୧୯୪, ବରଗଡ଼ ୧୦୬, ଭଦ୍ରକ ୧୨୪, ବଲାଙ୍ଗୀର ୭୬, ବୌଦ୍ଧ ୪୯, କଟକ ୪୦୯, ଦେବଗଡ଼ ୧୪, ଢେ଼ଙ୍କାନାଳ ୮୪, ଗଜପତି ୨୦, ଗଞ୍ଜାମ ୬୨, ଜଗତସିଂହପୁର ୧୭୧ ଯାଜପୁର ୧୩୬, ଝାରସୁଗୁଡ଼ା ୧୨୦, କଳାହାଣ୍ଡି ୭୧, କନ୍ଧମାଳ ୯୧, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୫୫, ଖୋର୍ଦ୍ଧା ୯୦୨, କୋରାପୁଟ ୮୨, ମାଲକାନଗିରି ୨୮, ମୟୂରଭଞ୍ଜ ୧୫୩, ନବରଙ୍ଗପୁର ୫୮, ନୟାଗଡ଼ ୫୧, ନୂଆପଡ଼ା ୧୭୩, ପୁରୀ ୧୬୮, ରାୟଗଡ଼ା ୧୨୧, ସମ୍ବଲପୁର ୮୧, ସୁବର୍ଣ୍ଣପୁର ୮୧, ସୁନ୍ଦରଗଡ଼ ୧୦୧ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୩୨୬ ଜଣ ଚିହ୍ନଟ ହୋଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

sixteen − 11 =