Friday, October 30, 2026
Latestରାଜ୍ୟ

ରାଜ୍ୟରେ ଆଉ ୧୮୩୩ କରୋନା ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୮୩୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୧୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୫୫୦କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ତେବେ ଆଜି ଗଞ୍ଜାମ ଜିଲ୍ଲାକୁ ଟପି ଖୋର୍ଦ୍ଧାରୁ ସର୍ବାଧିକ ୨୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗଞ୍ଜାମରୁ ୨୭୯, ରାୟଗଡ଼ାରୁ ୧୫୨, କଟକରୁ ୧୨୪, ସୁନ୍ଦରଗଡ଼ରୁ ୧୧୦, କଳାହାଣ୍ଡିରୁ ୮୪, ବାଲେଶ୍ୱରରୁ ୬୯, ପୁରୀରୁ ୬୭, ନୟାଗଡ଼ରୁ ୬୧, ଯାଜପୁରରୁ ୬୦, ଭଦ୍ରକରୁ ୫୦, କୋରାପୁଟରୁ ୪୭, ଢ଼େଙ୍କାନାଳରୁ ୪୩, ସମ୍ବଲପୁରରୁ ୩୯, ବଲାଙ୍ଗୀରରୁ ୩୭, ମାଲକାନଗିରିରୁ ୩୬, ଗଜପତିରୁ ୩୫, ବୌଦ୍ଧରୁ ୩୪, ମୟୁରଭଞ୍ଜରୁ ୩୪, କେନ୍ଦ୍ରାପଡ଼ାରୁ ୩୪, ସୋନୁପରରୁ ୩୩, ଝାରସୁଗୁଡ଼ାରୁ ୩୦, ଜଗତସିଂହପୁରରୁ ୧୬, କନ୍ଧମାଳରୁ ୧୬, କେନ୍ଦୁଝରରୁ ୧୬, ନବରଙ୍ଗପୁରରୁ ୧୧, ଅନୁଗୁଳରୁ ୯, ବରଗଡ଼ରୁ ୮, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − 1 =