ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ

ଭୁବନେଶ୍ୱର() କରୋନା ନେଇ ଦେଶ ଓ ରାଜ୍ୟ ବହୁପ୍ରକାର ସମସ୍ୟା ଦେଇ ଗତି କରୁଛି । ଏହାସହ ସତର୍କ ଦୃଷ୍ଟିରୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ସ୍କୁଲ ଓ କଲେଜ ବନ୍ଦ ରହିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିଛି । ତେଣୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ଭିଡ଼ିଓ ମାଧ୍ୟମରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ । ଜୁଲାଇ ୧ ଓ ୨ରେ ଅଧ୍ୟାପକଙ୍କ କର୍ମଶାଳା କରାଯିବ । ଦୁଇ ଦିନିଆ କର୍ମଶାଳାରେ ପ୍ରସ୍ତୁତିକୁ ଲକ୍ଷ୍ୟ କରି ଭିଡ଼ିଓ କରାଯିବ । ଭିଡ଼ିଓକୁ ଦୀକ୍ଷା, ସାମସ ଓ ଶିକ୍ଷା ସଂଯୋଗ ପୋର୍ଟାଲରେ ଅପଲୋଡ଼ ହେବ । ବିଭିନ୍ନ ବିଷୟରେ ଭିଡ଼ିଓ କରାଯାଇ ଏହି ପୋର୍ଟାଲରେ ଅପଲୋଡ଼ କରାଯିବ । ଭିଡ଼ିଓ ଦେଖି ଛାତ୍ରଛାତ୍ରୀ ପାଠ ପଢ଼ିବେ ।

Share

Leave a Reply

Your email address will not be published. Required fields are marked *

six + four =