୫ ମାସ ମାଗଣା ରାସନ

ଭୁବନେଶ୍ୱର() କରୋନାର ମୁକାବିଲା ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଲେଯେ, କରୋନା ବିରୋଧରେ ଲଢ଼ିଲଢ଼ି ଆମେ ଏବେ ଅନଲକ ୨.୦ରେ ପହଁଚିଗଲାଣି । ତେବେ ଏହା ଭିତରେ ସର୍ଦ୍ଧି ମୌସୁମୀରେ ବି ଆମେ ପ୍ରବେଶ କରିସାରିଛୁ । ତେଣୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଲକଡାଉନ ଦ୍ୱାରା ଆମେ ଅନେକ ଜୀବନ ବଂଚାଇ ପାରିଛୁ । ତେବେ ଲୋକଙ୍କ ଅବହେଳା କାରଣରୁ ଏହା ଟିକେ ବୃଦ୍ଧି ପାଇଛି । ୧୩୦ କୋଟି ଲୋକଙ୍କ ଜୀବନର କଥା, ତେଣୁ ଆମେ ଅସତର୍କ ହେବା ଉଚିତ ନୁହେଁ । ଯେଉଁମାନେ କରୋନା ଗାଇଡ଼ଲାଇନ ମାନୁନାହାନ୍ତି ସେମାନଙ୍କୁ ଧରିବା ଦରକାର । କରୋନା ଯୋଗୁଁ ଜୀବିକା ବି ପ୍ରଭାବିତ ହୋଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରାଯାଇଛି ।

ସେହିପରି ଆଗକୁ ପାର୍ବଣ ଋତୁ ଆସୁଛି । ଆଗକୁ ବହୁ ପର୍ବପର୍ବାଣୀ ରହିଛି । ଏହାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦୀପାବଳି ପର୍ୟ୍ୟନ୍ତ ବୃଦ୍ଧି କରାଯିବ । ଏବେ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ପର୍ୟ୍ୟନ୍ତ ବି ୮୦ କୋଟି ଲୋକ ମାଗଣାରେ ୫ କିଲୋ ଚାଉଳ କିମ୍ବା ଗହମ ପାଇପାରିବେ । ପ୍ରତି ମାସରେ ୧ କେଜି ଚଣା ବି ଦିଆଯିବ ।

ଟିକସ ଦାତାମାନେ ଠିକ ସମୟରେ ନିଜର ଟିକସ ଫେରୁଛନ୍ତି । ଯେଉଁଥିପାଇଁ ଏଭଳି ସମୟରେ ଆମେ ମୁକାବିଲା କରିପାରୁଛେ । ଦେଶର ଗରିବ ଏହି ସଂକଟର ମୁକାବିଲା କରିପାରୁଛନ୍ତି । ଦେଶର ସବୁ କୃଷକ ଓ ଟିକସ ଦାତାଙ୍କୁ ଅଭିନନ୍ଦନ ଜଣାଉଛି ।

Share

Leave a Reply

Your email address will not be published. Required fields are marked *

4 − 3 =